ଏକା ଏକା ମାଲଦ୍ୱିପ ପହଞ୍ଜିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ ଏକା ଏକା ମାଲଦ୍ୱିପ ପହଞ୍ଚି ଯାଇଛନ୍ତି । ସେଠାରେ ସେ ଏନଜୟ କରୁଥିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଆଉ ମାଲଦ୍ୱିପ ପହଞ୍ଚି ସେ ଖୁବ୍ ଖୁସିଥିବା ଦେଖାଯାଇଛି । ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ଦିୱାନା କରିଛନ୍ତି । ନିକଟରେ ବିବାହ କରିଥିଲେ ବି ସ୍ୱାମୀ ତଥା ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ କ୍ୟାଟ ଏକା ଏକା ମାଲଦ୍ୱିପ ଯାଇଛନ୍ତି । ସେଠାରେ ପହଞ୍ଚି ସେ ଫଟୋ ଶେୟାର କରିବା ସହ ଲେଖିଛନ୍ତି, ହାପି ପ୍ଲେସ । ଅର୍ଥାତ୍ ସେ ମାଲଦ୍ୱିପକୁ ଖୁବ୍ ପସନ୍ଦ କରନ୍ତି । ଏଠି କିଛି ସମୟ ପାଇଁ ଏନଜୟ କରି ଫେରିବା ପରେ ପୁଣିଥରେ ଶୁଟିଂ ଆରମ୍ଭ କରିବେ କ୍ୟାଟ । ସଲମାନଙ୍କ ସହ ‘ଟାଇଗର ୩’ ର ଶୁଟିଂ କରିବେ । ଏହା ବ୍ୟତୀତ ସେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଇଶାନ ଖଟ୍ଟରଙ୍କ ସହ ‘ଭୁତ ପୁଲିସ’ରେ ଖୁବଶୀଘ୍ର ନଜର ଆସିବେ । ଆହୁରି ମଧ୍ୟ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲେ ଜରା’ରେ ସେ ପ୍ରିୟଙ୍କା ଓ ଆଲିଆଙ୍କ ସହ କାମ କରିବେ । ଏସବୁ ବ୍ୟତୀତ କ୍ୟାଟ୍ରିନା ମେରି ଖ୍ରୀଷ୍ଟମାସ ଫିଲ୍ମରେ ବି ନଜର ଆସିବେ । ଏହା ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ।

Share