ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ!

ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର ଏବେ ଇସାବେଲଙ୍କ ଉପରେ । ଇସାବେଲ ଓ ସୁରଜ ପାଞ୍ଚୋଲିଙ୍କ ଫିଲ୍ମ ‘ଟାଇମ୍ ଟୁ ଡ୍ୟାନ୍ସ’ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଥିବା ସୂଚନା ମିଳିଛି । ଯଦିଓ ଅଫିସିୟାଲି ଏହାର ଘୋଷଣା କରାଯାଇ ନାହିଁ ହେଲେ ସୁରଜଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଅନୁମାନ ଲଗାଯାଉଛି । ନିକଟରେ ସୁରଜ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ଓ ରିଲିଜ୍ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିରେ ଇସାବେଲ ଡ୍ୟାନ୍ସ ମୁଦ୍ରାରେ ନଜର ଆସିଛନ୍ତି । ଅନ୍ୟପଟେ ସୁରଜ ବି ଏହି ମୁଦ୍ରାରେ ନଜର ଆସିଛନ୍ତି । ଆଉ ଏହି ଦୁଇ ପୋଷ୍ଟରକୁ ମିଶାଇଲେ ଉଭୟ ଡ୍ୟାନ୍ସ ମୁଦ୍ରାରେ ନଜର ଆସୁଛନ୍ତି । ଏହାକୁ ଶେୟାର କରି ସୁରଜ ଲେଖିଛନ୍ତି ଫିଲ୍ମ ୧୨ ମାର୍ଚ୍ଚକୁ ଆସୁଛି । ଏଥିରେ ସେ ନେଟଫ୍ଲିକ୍ସ ଇଣ୍ଡିଆ ବୋଲି ବି ମେନଶନ୍ କରିଛନ୍ତି । ପୋଷ୍ଟରରେ ଇଣ୍ଟ୍ରୋଡ୍ୟୁସିଂ ଇସାବେଲେ ବୋଲି ବି ଲେଖାଯାଇଛି । ଏହା ଭାରତରେ ରିଲିଜ୍ ହେଉଥିବା ଇସାବେଲଙ୍କ ପ୍ରଥମ ଫିଲ୍ମ ହେବ ଆଉ ଏହାକୁ ଇସାବେଲଙ୍କ ବଲିଉଡ୍ ଡେବ୍ୟୁ ବୋଲି କୁହାଯାଉଛି । ଏହାସହ ସେ ‘ସୁସ୍ୱାଗତମ ଖୁସମଦିଦ’ ପାଇଁ ବ୍ୟସ୍ତ ଅଛନ୍ତି । ଏହା ବଡ ପରଦରେ ରିଲଜ୍ ହେବାସହ ଏଥିରେ ସେ ପୁଲକିତ ସମ୍ରାଟଙ୍କ ସହ ନଜର ଆସିବେ । କିଛିଦିନ ପୂର୍ବରୁ ପୁଲକିତ ଫିଲ୍ମର ପୋଷ୍ଟର ଶେୟାର କରିଥିଲେ ।

Share