ଶାଶୁଙ୍କ କୋଳରେ କଟ୍ରିନା

ବମ୍ବେ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଆରା ଢ଼ଙ୍ଗରେ ପରିବାରର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ ଅଭିନେତା ବିକ୍କି କୌଶଲ। ସ୍ତ୍ରୀ କଟ୍ରିନା ଏବଂ ମା’ ବୀଣାଙ୍କର ଏକ ସୁନ୍ଦର ଫଟୋ ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ କଟ୍ରିନାଙ୍କୁ ଶାଶୁ କୋଳରେ ବସିଥିବା ଦେଖିବାକୁ ମିଳୁଛି। ଏହାକୁ ଶେୟାର କରି ସେ ଲେଖିଛନ୍ତି, ‘ମୋ ଶକ୍ତି, ମୋ ଦୁନିଆ’। ଫଟୋଟି ଏବେ ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି।

Share