କ୍ୟାଟ୍ରିନାଙ୍କ ସନ୍‌ଡେ ସେଲ୍ଫି

ମୁମ୍ବାଇ: ବଲିଉଡ କୁଇନ କ୍ୟାଟ୍ରିନା କୈଫ ନିକଟରେ ବିବାହ କରିଥିବା ବେଳେ ସବୁବେଳେ ତାଙ୍କୁ ନେଇ କିଛି ନା କିଛି ଗସିପ୍ ଶୁଣିବାକୁ ମିଳୁଛି । ବିବାହ ପରେ କ୍ୟାଟ୍ରିନାଙ୍କ ପତି ଭିକ୍କି କୌଶଳ ସାରା ଅଲି ଖାଁଙ୍କ ସହ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବା ବେଳେ ଏହାରି ଭିତରେ ପଡିଥିବା ଲୋହରି ପର୍ବ ପାଳନ କରିବାକୁ କ୍ୟାଟ ମୁମ୍ବାଇରୁ ଆସି ଇନ୍ଦୋରରେ ପହଞ୍ଚିଥିଲେ । ସେଠାରେ ସେ ଭିକ୍କିଙ୍କ ସହ ମିଶି ଲୋହରି ପାଳନ କରିବାକୁ ଆସିଥିଲେ । ଏହି ସମୟରେ ସେ ହୋଟେଲରେ ରହୁଥିବା ବେଳେ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଥିଲା । ଦେଖିବାକୁ ମିଳିଥିଲା ଏହି ଫଟୋ ସିରିଜରେ ସେ ଲାଲ ରଙ୍ଗର ଏକ ସାର୍ଟ ପିନ୍ଧି ବସିଛନ୍ତି । ଏହି ଫଟୋଟି ସେଲ୍ଫି ହୋଇଥିବା ବେଳେ ଏବେ ଏହା ଭାଇରାଲ ହୋଇଛି । କାରଣ ଏଥିରେ କ୍ୟାଟ ଖୁବ୍ ଇନୋସେଣ୍ଟ ଲାଗୁଛନ୍ତି ଆଉ ତାଙ୍କ ଫ୍ୟାନମାନେ ତାଙ୍କୁ ଏମିତି ଦେଖି ଖୁବ୍ ଖୁସି ହୋଇଛନ୍ତି । ଏହାକୁ କ୍ୟାଟ୍ରିନାଙ୍କ ସନ୍ ଡେ’ ସେଲ୍ଫି ବୋଲି କୁହାଯାଉଛି ।

Share