ମାସେ ପାଇଁ ଛୁଟିରେ ଯାଉଛନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ କୁଆଡେ ୧ ମାସ ପାଇଁ ବ୍ରେକ୍ ନେଉଛନ୍ତି । ତେବେ ଏହା ପଛର ଘଟଣା ବି ଟିକେ ଆଶ୍ଚର୍ଯ୍ୟ କଲାଭଳି । ସେ କୁଆଡେ ଡିସେମ୍ବରରେ ବିବାହ କରିବାକୁ ଥିବା ବେଳେ ଏହାର ପ୍ରସ୍ତୁତି ପାଇଁ ସେ ମାସେ ଛୁଟି ନେଉଛନ୍ତି । ଏବେ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲଙ୍କ ପ୍ରେମ କାହାଣୀ ସବୁଠି ଚର୍ଚ୍ଚା ହେଉଛି । ହେଲେ ଏମାନେ ଏ ସମ୍ପର୍କରେ କେବେ ମୁହଁ ଖୋଲି ନାହାନ୍ତି । ଉଭୟ ଆସନ୍ତା ଡିସେମ୍ବର ୭-୯ ମଧ୍ୟରେ ବିବାହ କରିବେ ବୋଲି ଆଲୋଚନା ହେଲାଣି । ଏବେ କ୍ୟାଟ୍ରିନା ତାଙ୍କ ଅପକମିଙ୍ଗ ଫିଲ୍ମ ସୂର୍ଯ୍ୟବଂଶୀ ପାଇଁ ବ୍ୟସ୍ତ ଥିବା ବେଳେ ଏହା ନଭେମ୍ବର ୫ରେ ରିଲିଜ୍ ହେବାକୁ ଯାଉଛି । ଏହାପରେ କ୍ୟାଟ ଟାଇଗର୩ର ଶୁଟି ସଲମାନଙ୍କ ସହ ଆରମ୍ଭ କରିବେ । ହେଲେ ସଲମାନ ଏବେ ପଠାନ ଫିଲ୍ମର କାମରେ ବିଜି ଥିବାରୁ ଟାଇଗର ୩ର ଶୁଟିଂ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ଏହି ଫିଲ୍ମର ପ୍ରସ୍ତୁତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ କରୁଥିବା ବେଳେ ଏବେ ସେ ସମାନ୍ୟ ପାରିବାରିକ ଚାପରେ ରହିଥିବା କୁହାଯାଉଛି । ତେଣୁ ଚାପ ମୁକ୍ର ହୋଇ ସେ ଫିଲ୍ମ ଶୁଟିଂ କରିବାକୁ ହୁଏତ ବିଳମ୍ବ ହୋଇପାରେ । ଅର୍ଥାତ୍ ଟାଇଗର ୩ର ଶୁଟିଂ କାମ ୨୦୨୨ରେ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହାରି ଭିତରେ କ୍ୟାଟଙ୍କୁ ପ୍ରାୟ ୧ ମାସ ଛୁଟି ମିଳିଯିବ ବୋଲି ଆଲୋଚନା ହେଉଛି । ଆଉ ଏହାର ସୁଯୋଗ ନେଇ ସେ କୁଆଡେ ପୁରୁଷ ବନ୍ଧୁ ଭିକ୍କି କୌଶଲଙ୍କୁ ବିବାହ କରିପାରନ୍ତି ବୋଲି ଆଲୋଚନା ହେଲାଣି ।

Share