ପ୍ରେଗ୍ନେନସି ଖବର ଭିତରେ କିଛି ଏମିତି ଅବତାରରେ ନଜର ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବେଶ କିଛିଦିନ ହେବ ଆଲୋଚନା ହେଉଛି କି ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ବିଶେଷ କରି ସେ ଯେତେବେଳେ ଢିଲା ଢିଲା ପୋଷାକରେ ନଜର ଆସୁଛନ୍ତି ସେତେବେଳେ ଏହି ଆଲୋଚନା ଆହୁରି ବଢି ଯାଉଛି । ନିକଟରେ କ୍ୟାଟ ଜୋୟା ଅଖତରଙ୍କ ଘରେ ପହଞ୍ଚିଥିଲେ । ଆଉ କ୍ୟାମେରା ସାମ୍ନାକୁ ଆସିଯିବା ପରେ ଏକ ବଡ ଜ୍ୟାକେଟରେ ଟମିକୁ ଲୁଚାଇ ଚାଲିଯାଉଥିବା ଦେଖାଯାଇଥିଲା । କ୍ୟାଟଙ୍କ ଢିଲା ଜ୍ୟାକେଟକୁ ଦେଖି ପୁଣିଥରେ ସେ ପ୍ରେଗ୍ନେଟ ଥିବା କଥା ଆଲୋଚନା ହୋଇଛି ।
ଆଲିଆ ଭଟ୍ଟ ମାଆ ହେବା ପରଠାରୁ କ୍ୟାଟ୍ରିନାଙ୍କ ପ୍ରେଗ୍ନେନସି ଖବର ଲଗାତାର ଚର୍ଚ୍ଚାକୁ ଆସୁଛି । ନିକଟରେ ଭାଇରାଲ ହୋଇଥିବା ଭିଡିଓରେ କ୍ୟାଟ୍ରିନା ହ୍ୱାଇଟ ଟିସର୍ଟ ସହ ଡେମିନ ଜ୍ୟାକେଟ ଓ ଓଭର ସାଇଜ ଆର୍ମିପ୍ରିଣ୍ଟ ଜ୍ୟାକେଟରେ ନଜର ଆସିଥିଲେ । ଜୋୟାଙ୍କ ଘରୁ ବାହାରି କ୍ୟାମେରା ସାମ୍ନାକୁ ଆସିିଯିବା ଜାଣି କ୍ୟାଟ ଶୀଘ୍ର ଶୀଘ୍ର ଯାଇ ଗାଡିରେ ବସିପଡିଥିଲେ । ଏହି ସମୟରେ ସେ ବଡ ଜ୍ୟାକେଟରେ ନିଜର ଟମିକୁ ଲୁଚାଉଥିବା ନଜର ଆସିଥିଲା । ଏହି ଭାଇରାଲ ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ଭିରଲ ଭୟାନି ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।
କ୍ୟାଟ୍ରିନା ମାଆ ହେବା ଖବର ଯଦିଓ ଆଲୋଚନା ହେଉଛି କିନ୍ତୁ ଏହାକୁ ନେଇ ଚୁପ ରହିଛନ୍ତି ଉଭୟ କ୍ୟାଟ୍ରିନା ଓ ତାଙ୍କ ପତି ଭିକ୍କି କୌଶଲ । ସୋସିଆଲ ମିଡିଆରେ କ୍ୟାଟ୍ରିନା ମାଆ ହେବା କଥା ଅନୁମାନ ଲଗାଯାଉଛି ।

Share