ଦୁବାଇ,୨୫।୨: ସାରା ଦେଶରୁ ଲୋକମାନେ ମହାକୁମ୍ଭରେ ବୁଡ଼ ପକାଉଛନ୍ତି। ବଲିଉଡ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ନିକଟରେ ଷ୍ଟାର କ୍ୟାଟ୍ରିନା କୈଫ ତାଙ୍କ ଶାଶୁ ବୀଣା କୌଶଳଙ୍କ ସହ ମହାକୁମ୍ଭରେ ପହଞ୍ଚିଥିଲେ। ଏଠାରେ କ୍ୟାଟ୍ରିନା ଭକ୍ତିରେ ଲୀନ ହୋଇଥିବାର ଦେଖାଯାଇଥିଲା। କ୍ୟାଟ୍ରନାଙ୍କ ସହ ରବିନା ଟଣ୍ଡନ ଏବଂ ତାଙ୍କ ଝିଅ ରାଶା ଥାଡାନି ମଧ୍ୟ ନଜର ଆସିଥିଲେ। ଅଭିନେତା ଅଭିଷେକ ବାନାର୍ଜୀ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ। ସମସ୍ତେ ମିଶି ଗଙ୍ଗା ଆରତୀ କଲେ ଏବଂ ଭଜନ ମଧ୍ୟ ଗାଇଥିଲେ।
କ୍ୟାଟ୍ରିନା ହଳଦିଆ ରଙ୍ଗର ଶୁଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଏକ ସ୍କାର୍ଫ ଥିଲା ଏବଂ ତାଙ୍କ କପାଳରେ ତିଳକ ଲଗାଯାଇଥିଲା। ରବିନା ଏବଂ ରାଶାଙ୍କୁ ମଧ୍ୟ ହଳଦିଆ ରଙ୍ଗର ସୁଟ ପିନ୍ଧି ଦେଖିବାକୁ ମିଳିଥିଲା। ମହାକୁମ୍ଭରେ ସମସ୍ତେ ଭଜନ ଗାଇଥିଲେ। ସମସ୍ତେ ତଳେ ବସି ମାତା ଗଙ୍ଗାଙ୍କ ସ୍ତୁତି ଗାନ କରୁଥିବାର ଦେଖାଯାଇଥିଲା।
ଏହାପୂର୍ବରୁ କ୍ୟାଟ୍ରିନା ପୂଜ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ସେ ସଙ୍ଗମରେ ବୁଡ଼ ପକାଇଲେ। ମହାକୁମ୍ଭର କ୍ୟାଟ୍ରିନାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।
ଅନେକ ତାରକା ପୂର୍ବରୁ ମହାକୁମ୍ଭ ଯାଇସାରିଛନ୍ତି। ଅକ୍ଷୟ କୁମାର, ବିକି କୌଶଳ, ଅମ୍ବାନୀ ପରିବାର, ହେମା ମାଳିନୀ ଭଳି ଷ୍ଟାରମାନେ ସଙ୍ଗମରେ ବୁଡ଼ ପକାଇଛନ୍ତି।
କ୍ୟାଟ୍ରିନାଙ୍କୁ ଶେଷ ଥର ପାଇଁ ମେରୀ ଖ୍ରୀଷ୍ଟମାସରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ମାରିଆ ଭୂମିକାରେ ନଜର ଆସିଥିଲେ। ତାଙ୍କୁ ଟାଇଗର ୩ରେ ମଧ୍ୟ ଦେଖିବାକୁ ମିଳିଥିଲା।