କ୍ୟାଟ୍ରିନାଙ୍କ ଭାଇଙ୍କୁ ପସନ୍ଦ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବହୁ ଚର୍ଚ୍ଚିତ କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ଗ୍ରାଣ୍ଡ ଇଣ୍ଟିମେଣ୍ଟ ୱେଡିଂ ପରେ ଏବେ ଏହାର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଉଭୟ କିଛି କିଛି ଫଟୋ ଶେୟାର କରୁଥିବା ବେଳେ ଏହା ତାଙ୍କ ପ୍ରଶଂସକଙ୍କୁ ଆନନ୍ଦ ଦେଉଛି । ଏବେ କପୁଲ ୱେଡିଂ ଓ ହଳଦୀ ସହ ଅଫିସିଆଲ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ମେହେନ୍ଦି ଫଙ୍କଶନର କିଛି ଫଟୋ ଶେୟାର କରିଛନ୍ତି । କେବଳ ସେତିକି ନୁହେଁ କ୍ୟାଟ୍ରିନାଙ୍କ ଭଉଣୀ ଭାଇ ବି ମେହନ୍ଦି ଫଙ୍କଶନର କିଛି ଫଟୋ ଶେୟାର କରି ଫ୍ୟାମିଲିକୁ ନେଇ ଫିଲିଙ୍ଗସ୍ ଶେୟାର କରୁଛନ୍ତି ।
ନିକଟରେ କ୍ୟାଟ୍ରିନାଙ୍କ ଭାଇ ସବାଷ୍ଟିନ ଲୋରିଏଣ୍ଟ ମିଖାଇଲ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଅଭିନେତ୍ରୀଙ୍କ ମେହେନ୍ଦି ସେରିମନୀର କିଛି ଫଟୋ ଶେୟାର କରିଛନ୍ତି । ଏହାସହ ତାଙ୍କର ଓ ଭିକ୍କିଙ୍କ ଫ୍ୟାମିଲିକୁ ବେଷ୍ଟ ବୋଲି ଲେଖିଛନ୍ତି । ଫଟୋରେ କ୍ୟାଟ୍ରିନା ଭଉଣୀ ଇସାବେଲ ଓ ଅଭିନେତ୍ରୀ ଶାରୱରୀ ୱଘଙ୍କ ସହ ଦେଖାଯାଇଛନ୍ତି । ଏହି ଫଟୋକୁ କ୍ୟାଟ୍ରିନାଙ୍କ ଭାଇ ଶେୟାର କରି ଲେଖିଛନ୍ତି, ମୋ ପାଖରେ ସତରେ ଏକ ସୁନ୍ଦର ପରିବାର ରହିଛି, ଯାହା ବହାରଠାରୁ ଅଧିକ ଭିତରୁ ସୁନ୍ଦର, ମୁଁ ପାଷ୍ଟ ଲାଇଫରେ ଯାହା ବି କରିଥାଏ ହେଲେ ଏହି ଲାଇଫରେ ମୁଁ ବ୍ଲେସଡ୍ । ଆଉ ଶାରୱରୀ ବି ସୁନ୍ଦର ଓ କୁଲ୍ ।
ସୂଚନାଯୋଗ୍ୟ, ରାଜସ୍ଥାନରେ ବିବାହ କରିବା ପରେ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ମୁମ୍ବାଇ ଫେରି ଆସିଛନ୍ତି । ଏବେ ଉଭୟ ପରିବାର ଗ୍ରାଣ୍ଡ ରିସେପଶନ ପାର୍ଟି ପାଇଁ ପ୍ରସ୍ତୁତ ହେଉଛନ୍ତି ।

Share