ସୋସିଆଲ ମିଡିଆରୁ ଆଖି ଦୃଶିଆ ଅର୍ଥ କମାନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଆକ୍ଟ୍ରେସ ତଥା ସବୁଠାରୁ ଅଧିକ ଆୟ କରୁଥିବା ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସିଂ ଇଜ କିଙ୍ଗ, ବ୍ୟାଙ୍ଗ ବ୍ୟାଙ୍ଗ୍‌, ଜବ ତକ ହୈ ଜାନ ଏମିତି କିଛି ହିଟ ଫିଲ୍ମ ଦେଇ ସେ ଦର୍ଶକଙ୍କ ହୃଦୟରେ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ ।
ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ, ୨୦୨୧ରେ କ୍ୟାଟ୍ରିନାଙ୍କ ମୋଟ ସମ୍ପତ୍ତି ହୋଇଥିଲା ୨୨୪ କୋଟି । କୁହାଯାଏ କି ସେ ସବୁଠାରୁ ଅଧିକ ରୋଜଗାର ଫିଲ୍ମରୁ କରିଥାଆନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବି ୬-୭ କୋଟି ଟଙ୍କା ଆୟ କରି ନିଅନ୍ତି । ତେବେ ଗୋଟିଏ ଫିଲ୍ମ ପାଇଁ ସେ ପ୍ରାୟ ୧୨ କୋଟି ଟଙ୍କା ନିଅନ୍ତି ବୋଲି କୁହାଯାଏ । କ୍ୟାଟ୍ରିନାଙ୍କର ଇନଷ୍ଟାଗ୍ରାମରେ ଆକାଉଣ୍ଟ ବି ରହିଛି । ଏଥିରେ ତାଙ୍କ ଫ୍ୟାନ ଫଲୋଇଂଙ୍କ ସଂଖ୍ୟା ରହିଛି ୬୬.୩ ମିଲଇୟନ । ଏହା ଅନ୍ୟ ବଲିଉଡ ସେଲିବ୍ରିଟିଙ୍କଠାରୁ ଯଥେଷ୍ଟ ଅଧିକ । କୁହାଯାଏ କ୍ୟାଟ୍ରିନା ଏକ ସୋସିଆଲ ମିଡିଆ ପ୍ରମୋଶନ ପୋଷ୍ଟ ପାଇଁ ପ୍ରାୟ ୯୭ ଲକ୍ଷ ଟଙ୍କା ନିଅନ୍ତି । ଏମିତି ବି ଦେଖାଯାଇଛି କ୍ୟାଟ୍ରନା ସୋସିଆଲ ମିଡିଆରେ ଅନେକ ପ୍ରଡକ୍ଟର ପ୍ରମୋଶନ ବି କରିଛନ୍ତି ।

Share