କାଟ୍ରିନାଙ୍କ ମେହେନ୍ଦି ଖର୍ଚ୍ଚ ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କେଫ୍‌ ଏବଂ ଅଭିନେତା ଭିକି କୌଶଲ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହାନ୍ତରେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ ସମ୍ପନ୍ନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେମାନେ କୋର୍ଟ ମ୍ୟାରେଜ୍‌ କରିବେ ବୋଲି ଜଣାପଡ଼ିଛି।

ଏହି ଚର୍ଚ୍ଚିତ ବିବାହକୁ ଅନେକ ପ୍ରତୀକ୍ଷା କରିଥିବାବେଳେ ଏହାକୁ ନେଇ ବିଭିନ୍ନ ଚୋଚକ ଖବର ପ୍ରକାଶ ପାଇଛି। ବିବାହ ପୂର୍ବରୁ ହେବାକୁ ଥିବା ମେହେନ୍ଦି ଉତ୍ସବ ଲାଗି କାଟ୍ରିନା ରାଜସ୍ଥାନ ଯୋଧପୁରର ପଲି ଜିଲାରେ ମେହେନ୍ଦି କରାଇବେ। ଏଥିପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ ହେବ ବୋଲି ଖବର ପ୍ରକାଶ ପାଇଛି। ମେହେନ୍ଦି ନମୁନା ସବୁ ଅଭିନେତ୍ରୀଙ୍କ ପାଖକୁ ପଠାଯାଇଥିବା ଜଣାପଡିଛି। ସୋଜାତ୍‌ ଆର୍ଟିଷ୍ଟମାନଙ୍କ କହିବା ଅନୁଯାୟୀ ସେମାନେ ପ୍ରାକୃତିକ ଉପାୟରେ ମେହେନ୍ଦି ପ୍ରସ୍ତୁତ କରିଥାନ୍ତି। ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶି ନ ଥାଏ। ବିବାହ ଉତ୍ସବକୁ ଆସିବାକୁ ଥିବା ଅତିଥିଙ୍କ ତାଲିକାକୁ କାଟ୍ରିନା ଓ ଭିକି ଗୋପନ ରଖିଛନ୍ତି।

Share