ମୁମ୍ବାଇ ଛାଡ଼ିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇ ବିମାନବନ୍ଦର ସ୍ପଟ୍‌ କରାଯାଇଥିଲା। ବିମାନବନ୍ଦର ଫାଟକ ଭିତରେ ପ୍ରବେଶ କରିବା ପୂର୍ବରୁ ସେ ଫଟୋଗ୍ରାଫରମାନଙ୍କୁ ଦେଖି ହାତ ହଲାଇଥିଲେ। ଏହି ଫଟୋକୁ କ୍ୟାଟ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି, ଫାଟକ ନିକଟରେ ପ୍ରଥମେ କ୍ୟାଟ୍ରିନା ଥର୍ମାଲ ସ୍କ୍ରିନିଂ କରୁଛନ୍ତି। ପରେ ଉପଯୁକ୍ତ ସୁରକ୍ଷା ପ୍ରୋଟୋକଲ ଦେଇ ଭିତରକୁ ଯାଉଛନ୍ତି। ଏହି ସମୟରେ ସେ କଳା ମାସ୍କ ଏବଂ ଫେସ୍‌ ଶିଲ୍ଡ ପିନ୍ଧିଥିବାର ନଜର ଆସିଛନ୍ତି।

ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି, କ୍ୟାଟ୍ରିନା ବହୁତ ସରଳ। ଆଉ ଜଣେ ପ୍ରଶଂସକ ତାଙ୍କୁ ‘ବାର୍ବୀ ଡଲ’ ବୋଲି କହିଛନ୍ତି। ସେହିପରି ଅନ୍ୟ ଜଣେ ତାଙ୍କୁ ‘ରାଣୀ’ ବୋଲି ମନ୍ତବ୍ୟ ଦେଇଛନ୍ତି। ବିବାହ ପରେ ତାହା ଅଧିକ ଉଜ୍ଜ୍ୱଳ ଜଣାପଡୁଛି ବୋଲି ସେ ଲେଖିଛନ୍ତି।

କ୍ୟାଟ୍ରିନା-ଭିକି ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ପରେ କ୍ୟାଟ୍ରିନା ମୁମ୍ବାଇରେ ରହୁଥିଲେ। ତେବେ ସେ କାଲି ମୁମ୍ବାଇ ଛାଡ଼ିଥିବା ଜଣାପଡ଼ିଛି।

Share