ନିର୍ବନ୍ଧ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କାଟ୍ରିନା

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ବିବାହକୁ ନେଇ ତାଙ୍କ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି। କିନ୍ତୁ ଅଭିନେତା ଭିକି କୌଶଲଙ୍କୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ କାଟ୍ରିନା ଏବଂ ଭିକିଙ୍କ ନିର୍ବନ୍ଧ ଶେଷ ହୋଇଛି। ଏନେଇ କାଟ୍ରିନାଙ୍କ ପକ୍ଷରୁ ମଧ୍ୟ ସଫେଇ ଦିଆଯାଇଛି। ଏକ ସାକ୍ଷାତକାରରେ କାଟ୍ରିନାଙ୍କ ଟିମର ମୁଖପାତ୍ର ପୁରା ଖବରକୁ ଖଣ୍ଡନ କରିଛନ୍ତି ଏବଂ ଭିକି ଏବଂ କାଟ୍ରିନାଙ୍କ କୌଣସି ନିବର୍ଦ୍ଧ ହୋଇନାହିଁ। ଖୁବ ଶୀଘ୍ର କ୍ୟାଟ୍ରିନା ଟାଇଗର-୩ର ଶୁଟିଂ ପାଇଁ ରୁଷିଆ ଯିବେ। ସମସ୍ତଙ୍କୁ ଜଣା ଯେ କାଟ୍ରିନା ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ପ୍ରାୟତଃ ତାଙ୍କ ସମ୍ପର୍କ ବିଷୟରେ କିଛି ଗୁଜବ ଶୁଣାଯାଏ। ପୂର୍ବରୁ କାଟ୍ରିନାଙ୍କ ନାଁ ଅଭିନେତା ରଣବୀର କପୁରଙ୍କ ସହ ଯୋଡାଯାଇଥିଲା। ଉଭୟଙ୍କୁ ଅନେକ ସ୍ଥାନରେ ଏକତ୍ର ଦେଖାଯାଇଥିଲା।

Share