ବିବାହ ପରେ ପ୍ରଥମ ଥର ହୋଲି ଖେଳିଲେ କ୍ୟାଟ୍ରିନା

ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ ହୋଲିରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଟ୍ରିନା ବର୍ତ୍ତମାନ ସ୍ବାମୀ ଭିକି କୌଶଲ ସମେତ ଦିଅର ସନ୍ନି କୌଶଲ ଏବଂ ଶାଶୁ-ଶ୍ବଶୁରଙ୍କ ସହ ହୋଲି ଖେଳୁଥିବା ଦେଖିବାକୁ ମିଳିଛି। କ୍ୟାଟ୍ରିନା କୈଫଙ୍କ ବିବାହ ପରେ ଏହା ହେଉଛି ପ୍ରଥମ ହୋଲି। ଯାହାକୁ ସେ ତାଙ୍କ ଶାଶୁ ଘରେ ଉପଭୋଗ କରୁଛନ୍ତି । ପ୍ରଶଂସକମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇବାବେଳେ କ୍ୟାଟ୍ରିନା କୈଫ ହୋଲି ଉତ୍ସବର ଫଟୋ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେଉଛି।

Share