ଶାଶୁ, ଶ୍ୱଶୁରଙ୍କ ସହ ହୋଲି ଖେଳିଲେ କ୍ୟାଟ୍ରିନା

ମୁମ୍ବାଇ: ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିଛନ୍ତି। କ୍ୟାଟ୍ରିନାଙ୍କ ହୋଲି ଖେଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଯେଉଁଥିରେ କ୍ୟାଟ୍‌ ଏବଂ ବିକି ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଫଟୋରେ ବିକି ଏବଂ କ୍ୟାଟ୍‌ ପୂରା ପରିବାର ସହ ନଜର ଆସିଛନ୍ତି। ପ୍ରଶଂସକମାନେ ଏହି ଯୋଡ଼ିଙ୍କ ଫଟୋକୁ ବହୁ ପସନ୍ଦ କରିଛନ୍ତି। ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ଏବଂ ତାଙ୍କ ପରିବାରକୁ ହୋଲି ଅଭିନନ୍ଦନ ଜଣାଇଛନ୍ତ।

ଗୋଟିଏ ଫଟୋରେ ବିକି-କ୍ୟାଟ୍ରିନା ନଜର ଆସିଥିବା ବେଳେ ଆଉ ଏକ ଫଟୋରେ ଶାଶୁ, ଶ୍ୱଶୁର ଏବଂ ବିକିଙ୍କ ସହ ନଜର ଆସିଛନ୍ତି କ୍ୟାଟ୍‌। ବିବାହ ପରେ ଚଳିତବର୍ଷ କ୍ୟାଟ୍ରିନାଙ୍କର ଏହା ପ୍ରଥମ ହୋଲି।

Share