ରାଣୀଙ୍କୁ ପ୍ରଶଂସା କଲେ କ୍ୟାଟ୍ରିନା

ମୁମ୍ବାଇ: କ୍ୟାଟ୍ରିନା ଏବଂ ବିକି ଅଭିନେତ୍ରୀ ମୁଖାର୍ଜୀଙ୍କ ଫିଲ୍ମ ଶ୍ରୀମତୀ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଦେଖିଛନ୍ତି। ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରିରେ ଏହି ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଯାହା ଲୋକମାନେ କଳ୍ପନା କରିପାରନ୍ତି ନାହିଁ ଏହି ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମଟି ହେଉଛି ଆମ ଅନୁଭବର ଏକ ରୋଲର୍‌ କୋଷ୍ଟର୍‌ ରାଇଡ୍‌। ଯାହା କେବଳ ଆପଣଙ୍କୁ ଆକର୍ଷିତ କରିବ। ରାଣୀଙ୍କ ପ୍ରତିଭା ବର୍ଣ୍ଣନା କରିବାକୁ ମୋ’ ପାଖରେ କୌଣସି ଶବ୍ଦ ନାହିଁ। ପୂରା ଟିମ୍‌କୁ ଶୁଭେଚ୍ଛା।

ସେହିପରି ବିକି ମଧ୍ୟ ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଫିଲ୍ମର ପୋଷ୍ଟ ଶେୟାର କରି ଲେଖିଛନ୍ତି, ପ୍ରକୃତରେ ଏହି କଷ୍ଟ ଦେଇ ଗତି କରିଥିବା ପରିବାର ପ୍ରତି ତୁମର ହୃଦୟ ଅଛି। ଏହି ଜିନିଷଗୁଡ଼ିକ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି। ନିଜ ଆତ୍ମାକୁ ବାହାର କରିବା ପାଇଁ ରାଣୀଙ୍କୁ ସଲାମ। ଏହି ଫିଲ୍ମକୁ ସମସ୍ତ ଦର୍ଶକ ପସନ୍ଦ କରିବେ।

Share