ମୁମ୍ବାଇ: ବଲିଉଡ୍ର ଜସ୍ମିନ କ୍ୟାଟ୍ରିନା କୈଫ୍ ଆଜି ଅର୍ଥାତ୍ ୧୬ ଜୁଲାଇରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀ ଭିକି କୌଶଲଙ୍କ ସହ ଏହି ବିଶେଷ ଦିନ ପାଳନ କରିବାକୁ ଅଭିନେତ୍ରୀ ମୁମ୍ବାଇରୁ ବାହାରକୁ ଚାଲିଯାଇଛନ୍ତି। କୁହାଯାଉଛି ଭିକି କ୍ୟାଟ୍ଙ୍କୁ ଆଜିର ଏହି ସ୍ପେଶାଲ ଦିନରେ ଏକ ବିଶେଷ ଉପହାର ଦେବାକୁ ଯାଉଛନ୍ତି।
କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ସେ ହିନ୍ଦୀକୁ ମଧ୍ୟ ଠିକ୍ ଭାବରେ ଜାଣି ନ ଥିଲେ। ଆଜି ଏହି ଅଭିନେତ୍ରୀ ପଞ୍ଜାବୀ ପରିବାରର ବୋହୂ ଅଟନ୍ତି। ଅଭିନେତ୍ରୀ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଶାଶୁମାନଙ୍କ ସହିତ ଫଟୋ ଶେୟାର କରିଥାନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଶାଶୁମା’ଙ୍କ ସହିତ ତାଙ୍କର ବନ୍ଧନ କିପରି ଜାଣନ୍ତୁ ସେ ସମ୍ପର୍କରେ…
କ୍ୟାଟ୍ରିନା ୨୦୨୧ରେ ଭିକିଙ୍କୁ ବିବାହ କରିବା ପରେ ତାଙ୍କ ଶାଶୁମାନଙ୍କ ସହିତ ଅଧିକ ସମୟ ବିତାଉଛନ୍ତି। କେବଳ ଏତିକି ନୁହେଁ, ସେ ଭିକିଙ୍କ ମା’-ବାପାଙ୍କ ସହିତ ସମସ୍ତ ଉତ୍ସବ ପାଳନ କରନ୍ତି।
କ୍ୟାଟ୍ରିନା ଏବଂ ତାଙ୍କ ଶାଶୁଙ୍କ ସମ୍ପର୍କ ବୋହୂ ନୁହେଁ ଝିଅ ପରି। ଭିକି ଏକ ସାକ୍ଷାତକାରରେ କହିଛନ୍ତି, ବିବାହ ପରେ କ୍ୟାଟ୍ରିନା ଟିକିଏ ପଞ୍ଜାବୀ ଶିଖିଛନ୍ତି। କ୍ୟାଟ୍ଙ୍କ ପ୍ରିୟ ପଞ୍ଜାବୀ ଶବ୍ଦ ବିଷୟରେ ମଧ୍ୟ କହିଥିଲେ ଯେ କ୍ୟାଟ୍ ପ୍ରାୟତଃ ‘ହାଁଜୀ’ଶବ୍ଦ ବ୍ୟବହାର କରନ୍ତି।