କରୋନାରୁ ସୁସ୍ଥ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇସାରିଛନ୍ତି। କିଛି କଳାକାରଙ୍କ ଜୀବନ ବି ଯାଇଛି। କିଛି ଦିନ ତଳେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେ ସୁସ୍ଥ ହୋଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

କ୍ୟାଟ୍ରିନା ହଳଦିଆ ରଙ୍ଗର ଏକ ଡ୍ରେସ୍‌ ପିନ୍ଧି ହସୁଥିବା ଫଟୋ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି ଗେଗେଟିଭ୍‌। ଯେଉଁମାନେ ମୋ’ ପାଇଁ ପ୍ରାର୍ଥନା କରିଛନ୍ତି। ମୋ ତରଫରୁ ସମସ୍ତଙ୍କୁ ପ୍ରେମଭରା ଧନ୍ୟବାଦ। ଏଥିସହିତ ସେ ହଳଦିଆ ରଙ୍ଗର ଏକ ହାର୍ଟ ଇମୋଜି ବି ଦେଇଛନ୍ତି। କ୍ୟାଟ୍ରିନା କରୋନାରୁ ସୁସ୍ଥ ହେବା ପରେ ପ୍ରଶଂସକମାନେ ଖୁସି ହୋଇଛନ୍ତି।

Share