ବିବାହକୁ ପୂରିଲା ମାସେ: ଭିକିଙ୍କ ସହ ରୋମାଣ୍ଟିକ୍‌ ହେଲେ କ୍ୟାଟ୍‌

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଦୁହେଁ ବଲିଉଡ୍ର ଚର୍ଚ୍ଚିତ ଯୋଡି ଭାବେ ବେଶ ପରିଚିତ । ନିକଟରେ ଉଭୟ ବିବାହର ଫଟୋ ଶେୟାର କରିଥିଲେ ଯାହା ଖୁବ ଭାଇରାଲ ହେବାରେ ଲାଗିଥିଲା । ଏସବୁ ଭିତରେ ଆଜି ଦୁହିଁଙ୍କର ବିବାହକୁ ଏକ ମାସ ପୂରିଛି । ଏହି ସମୟରେ ଦୁହେଁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଫଟୋରେ କ୍ୟାଟ୍ରିନା ଭିକିଙ୍କୁ ଆଲିଙ୍ଗନ କରୁଥିବା ବେଳେ ଦୁହେଁ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଫଟୋ ଶେୟାର କରି କ୍ୟାଟ୍ରିନା କ୍ୟାପଶନରେ ଲେଖିଛନ୍ତି କି ‘ହାପି ୱାନ ମନଥ ମାଇଁ ଲଭ’ । ପରେ ଏହା ଭାଇରାଲ ହେବା ସହ ପ୍ରଶଂସକଙ୍କ ଅନେକ ପ୍ରତିକ୍ରିୟା ମିଳିଛି।

Share