ଦୀପିକାଙ୍କ ଫଟୋ ଶୁଟ୍‌ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ କ୍ୟାଟ୍ରିନା କୈଫ୍‌ ଶୁଟ୍‌ କରିଛନ୍ତି। ଦୀପିକାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଉଭୟଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଯେଉଁମାନେ ପରସ୍ପରକୁ ଶତ୍ରୁ ବୋଲି ଭାବୁଥିଲେ, ସେମାନେ ପ୍ରକୃତରେ ବନ୍ଧୁ ହୋଇଯାଇଥିବା ଏହି ଭିଡିଓରୁ ଜଣାପଡୁଛି। ଯାହା ବି ହେଉ ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁସି ହୋଇଛନ୍ତି। ପ୍ରଶଂସକମାନେ କ୍ୟାଟ୍ରିନା ଏବଂ ଦୀପିକାଙ୍କୁ ଏକାଠି ଫିଲ୍ମ କରିବାକୁ ଅନୁରୋଧ ବି କରିଛନ୍ତି।

ଦୀପିକା ସୋସିଆଲ ମିଡିଆରେ ଅଧିକାଂଶ ସମୟ ତାଙ୍କ ବ୍ୟାୟାମର ହିଁ ଭିଡିଓ ଶେୟାର କରିଥାନ୍ତି। ଅଭିନେତ୍ରୀ ଏକ ବ୍ଲୁ ରଙ୍ଗର କପଡ଼ା ଭିତରେ ଝୁଲୁଛନ୍ତି। ଏହା ସହିତ ଜିମ୍‌ ସେଣ୍ଟରରେ ରଖାଯାଇଥିବା ଯନ୍ତ୍ରଗୁଡ଼ିକ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓ ଶେୟାର କରି ଦୀପିକା ଏକ କ୍ୟାପଶନ ଲେଖିଛନ୍ତି, କ୍ୟାଟ୍ରିନା ମୋର ଭିଡିଓ ପ୍ରସ୍ତୁତ କରୁଥିବାବେଳେ ମୁଁ ଜିମ୍‌ରେ କଠିନ ପରିଶ୍ରମ କରୁଛି।

ଦୀପିକାଙ୍କ ଏହି ପୋଷ୍ଟରେ ମନ୍ତବ୍ୟର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ୟୁଜର କହିଛନ୍ତି, ତୁମେ ଦୁଇଜଣ ଏକାଠି ଫିଲ୍ମ କରିପାରିବେ କି? ଅନ୍ୟ ଜଣେ ୟୁଜର କହିଛନ୍ତି, ଆମେ ଦୁହିଁଙ୍କ ଫଟୋ ଏକାଠି ଚାହୁଁଛୁ। ଆଶ୍ଚର୍ଯ୍ୟ ହୋଇ ଜଣେ ୟୁଜର ପଚାରଛନ୍ତି, ତୁମେ ଏବଂ କ୍ୟାଟ୍ରିନା ଜିମ୍‌ ସାଙ୍ଗ, ଓଃ ମାଇ ଗଡ୍‌। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ତୁମେ ଏବଂ କ୍ୟାଟ ଏକାଠି ହେଲେ ସୋସିଆଲ ମିଡିଆରେ ବିସ୍ଫୋରଣ ହେବ।

Share