ମେହେନ୍ଦି ସେରିମନିରେ ଖୁବ୍ ନାଚିଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ହିଟ୍ ନାୟିକା କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ପ୍ରତିଟି ମୁହୂର୍ତ୍ତର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକ ବି ବଡ ଉତ୍ସୁକତର ସହ କ୍ୟାଟଙ୍କ ବିବାହକୁ ଯେମିତି ଅପେକ୍ଷା କରି ରହିଛନ୍ତି । ଏହି ବିବାହକୁ ଅଭୁଲା କରି ରଖିବାକୁ ସବୁ ପ୍ରୟାସ କରିଛନ୍ତି କ୍ୟାଟ୍ରିନା । ମଙ୍ଗଳବାରଠାରୁ ରାଜସ୍ଥାନରେ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର କ୍ୟାଟଙ୍କ ମେହେନ୍ଦି ସେରିମନି ଥିବା ବେଳେ ଏଥିପାଇଁ ବହୁ ବଲିଲଡ୍ ସେଲିବ୍ରିଟି ରାଜସ୍ଥାନ ପହଞ୍ଚି ସାରିଛନ୍ତି । ସୋମବାର ସନ୍ଧ୍ୟାରୁ ଭିକ୍କି ଓ କ୍ୟାଟ୍ରିନା ହୋଟେଲରେ ପହଞ୍ଚି ଯାଇଛନ୍ତି । ସେଠାରେ ତାଙ୍କୁ ବାଣ ଫୁଟାଇ ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଛି । ମଙ୍ଗଳବାର ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି ଅସଲରେ ତାହା ଏକ ଆଡ ସିନ୍‌ର । ହେଲେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ କ୍ୟାଟ୍ରିନାଙ୍କ ମେହେନ୍ଦି ସେରିମନିର ଫଟୋ କହି ଭାଇରାଲ କରୁଛନ୍ତି । ପ୍ରକୃତ ଘଟଣା ହେଲା କ୍ୟାଟ୍ରିନାଙ୍କ ବିବାହ ଫଟୋ ଉଠାଇବାକୁ କୌଣସି ଫଟୋଗ୍ରାଫରଙ୍କୁ ଅନୁମତି ମିଳିନାହିଁ । କେବଳ ସେତିକି ନୁହେଁ ବିବାହରେ ଯୋଗ ଦେଉଥିବା ଅତିଥିଙ୍କୁ ବି ଭିତରକୁ ମୋବାଇଲ ନେଇ ଯିବାକୁ ବାରଣ କରାଯାଇଛି ।

Share