ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ଅନ୍ୟତମ। ବିବାହ ନ ହେବା ଯାଏ ଏହି ୨ ଷ୍ଟାର ଯୋଡି ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନ ଥିଲେ। ସେପର୍ଯ୍ୟନ୍ତ ଉଭୟଙ୍କ ଡିନର ଡେଟ୍‌ର କୌଣସି ଫଟୋ ସାମ୍‌ନାକୁ ଆସି ନ ଥିଲା। ତେବେ ୨୦୨୧ରେ ବିବାହ କରୁଥିବା ନେଇ ଉଭୟେ ଘୋଷଣା କରିଥିଲେ। ୨୦୨୧ ଡିସେମ୍ବର ୯ରେ ଉଭୟ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ତେବେ ବିବାହର ଠିକ୍‌ ପୂର୍ବରୁ କ୍ୟାଟ୍ରିନାଙ୍କ ଏକ ଧମକରେ ଭିକି ଚିନ୍ତିତ ହୋଇ ପଡ଼ିଥିଲେ। ବୁଧବାର ଏକ ସାକ୍ଷାତ୍‌କାର ଦେବା ସମୟରେ ଭିକି ଏନେଇ ପ୍ରଘଟ କରିଛନ୍ତି।
ଭିକି କହିଛନ୍ତି, ବିବାହ ପୂର୍ବରୁ ସେ ନିଜ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଅଧା ଶୁଟିଂ ଶେଷ କରି ସାରିଥିଲେ। ତାଙ୍କୁ ବିବାହ କରିବାର ୨ ଦିନ ମଧ୍ୟରେ ହିଁ ନିଜର କର୍ମକ୍ଷେତ୍ରକୁ ଫେରିବାର ଥିଲା। ସେଥିପାଇଁ ସେ ଶୁଟିଂ ସେଟ୍‌ରୁ ୨ ଦିନିଆ ଛୁଟି ନେଇଥିଲେ। କିନ୍ତୁ ଯେତେବେଳେ କ୍ୟାଟ୍ରିନା ଏହା ଜାଣିଥିଲେ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ। ରାଗରେ କ୍ୟାଟ୍ରିନା ତାଙ୍କୁ ବିବାହ ନ କରିବାକୁ ଧମକ ଦେଇଥିଲେ ବୋଲି ଏହି ସାକ୍ଷାତ୍‌କାରରେ ଭିକି କହିଛନ୍ତି। କ୍ୟାଟ୍ରିନା ରାଗରେ ଭିକିଙ୍କୁ କହିଥିଲେ, ଯଦି ଫିଲ୍ମ ଶୁଟିଂ ଏତେ ଜରୁରୀ ତେବେ ବିବାହ କରିବା ଦରକାର ନାହିଁ। ବିନା ଛୁଟି ନେଇ ଫିଲ୍ମ ଶୁଟିଂ ଜାରି ରଖ। ନିକଟରେ ଭିକିଙ୍କର ‘ବ୍ୟାଡ୍‌ ନ୍ୟୁଜ’ ଫିଲ୍ମ ରିଲିଜ ହୋଇଛି। ଏଥିରେ ତାଙ୍କର ‘ତୌବା ତୌବା’ ଡ୍ୟାନ୍ସକୁ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଛନ୍ତି। ସେହିପରି ଲକ୍ଷ୍ମଣ ଉଟେକର୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛାବା’ ରେ ଭିକି ଛତ୍ରପତି ସମ୍ଭାଜି ମହାରାଜଙ୍କ ଚରିତ୍ରରେ ନଜର ଆସିବେ। ନିକଟରେ ଏହାର ଟିଜର ରିଲିଜ ହୋଇଛି। ଆସନ୍ତା ଡିସେମ୍ବର ୬ରେ ‘ଛାବା’ ଫିଲ୍ମ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ୍‌’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସମ୍ପ୍ରତି...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ! ପ୍ରଶଂସକ ନିରାଶ 

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ...

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା...

‘ମହାତ୍ମା ଗାନ୍ଧୀ ପାକିସ୍ତାନର ‘ଜାତୀୟ ପିତା’, ଭୁଲବଶତଃ ଭାରତର ବୋଲି କୁହାଯାଉଛି’

ମୁମ୍ବାଇ: ବିବାଦରେ ଭେଟେରାନ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ। ଅନେକ ଥର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି...

ହନି ସିଂଙ୍କୁ ଚାପୁଡ଼ା ମାରିଥିଲେ ଶାହାରୁଖ! ୯ ବର୍ଷ ପରେ ଖୁଲାସା କଲେ ଗାୟକ

ମୁମ୍ବାଇ,୨୧।୧୨: ଗାୟକ-ରାପର୍‌ ହନି ସିଂ ଆଜିକାଲି ତାଙ୍କ ଡକ୍ୟୁମେଣ୍ଟାରୀ ‘ୟୋ ୟୋ ହନି ସିଂ: ଫେମସ’ ସହିତ ଖବରରେ ଅଛନ୍ତି। ମୋଜେଜ ସିଂଙ୍କ ନିର୍ଦ୍ଦେଶିତ ଏବଂ...

‘ଅଲ୍‌ ଇଜ୍‌ ଓ୍ବେଲ୍‌’

ମୁମ୍ବାଇ: କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ତାକୁ ଭେଦିବା କାଠିକର ପାଠ। ଆମେ କହୁଛୁ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ...

ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍‌ ବାପା!

ମୁମ୍ବାଇ: ବଲିଉଡ୍‌ ଫିଲ୍ମଜଗତର ଜଣେ ଜଣାଶୁଣା ନାମ ହେଲେ ଗୋବିନ୍ଦ ନାମଦେବ। ଏହି ଭେଟେରାନ ଅଭିନେତା ‘ଓଏମ୍‌ଜି’, ‘ସିଙ୍ଘମ’,‘ଓ୍ବାଣ୍ଟେଡ’ ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri