ସିଦ୍ଧିବିନାୟକ ମନ୍ଦିରରେ ବିକି-କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଛନ୍ତି। ଏହି ଦମ୍ପତି ଶୁକ୍ରବାର ସକାଳେ ଭଗବାନ ଗଣେଶଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ବିକି-କ୍ୟାଟ୍ରିନାଙ୍କ ସହ ବିକିଙ୍କ ମା’ ବୀଣା କୌଶଲ ମଧ୍ୟ ଉପସ୍ଥିତ ଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଗ୍ରୀନ୍‌ ସାଲୱାର୍‌ ଶୁଟ୍‌ରେ ନଜର ଆସିଥିବା ବେଳେ ବିକି ଧଳା ସର୍ଟରେ ନଜର ଆସିଛନ୍ତି। ଏହି ଫଟୋକୁ ଦେଖିବା ପରେ ପ୍ରଶଂସକ ପସନ୍ଦ କରିଥିବା ବେଳେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି,
ସୁନ୍ଦର ପରିବାର ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ। କିଛି ଦିନ ପୂର୍ବରୁ ରାଜସ୍ଥାନରେ ଛୁଟି ପରେ ପାଳିବା ବିକି-କ୍ୟାଟ୍ରିନା ମୁମ୍ବାଇ ଫେରିଛନ୍ତି।

 

Share