ବିବାହରେ ଏହି ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ କାଟ୍ରିନା-ଭିକି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମୁ ନାହିଁ। ପ୍ରତିଦିନ ଏହି ଯୋଡ଼ିଙ୍କ ବିବାହକୁ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ଏହି ଯେମିତି ବିବାହରେ ମେହେନ୍ଦୀ, ସଙ୍ଗୀତ ଏବଂ ଉଭୟେ କେମିତିକା ଡ୍ରେସ୍‌ ପିନ୍ଧିବେ, କେମିତି ଜୁଏଲାରୀ ପିନ୍ଧିବେ ଇତ୍ୟାଦି ଇତ୍ୟାଦିକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ଜାଣନ୍ତି କି ଏମାନେ ବିବାହରେ କେଉଁ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧି ସାତଫେରା ନେବେ। ଜାଣନ୍ତୁ ଏ ସମ୍ପର୍କରେ…

କୁହାଯାଉଥିଲା, ଉଭୟ ବିବାହରେ ଫ୍ୟାଶନ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଡ୍ରେସ୍‌ ପିନ୍ଧିଥାନ୍ତେ। ମାତ୍ର ଏବେ ଏହି ଯୋଡ଼ି ସେମାନଙ୍କ ମତ ବଦଳାଇଛନ୍ତି। ମେହେନ୍ଦୀରେ କ୍ୟାଟ୍‌ ଆବୁ ଜାନିଙ୍କ ଦ୍ୱାରା ପ୍ରସ୍ତୁତ ଏକ ଡ୍ରେସ୍‌ ପିନ୍ଧିବାକୁ ଯାଉଥିବା ବେଳେ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ସଙ୍ଗୀତ ସେରିମନିରେ ପିନ୍ଧିବେ। ରିସେପ୍ସନରେ ଗୁଚିଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ। ସେହିପରି ଭିକି ମେହେନ୍ଦୀ ଏବଂ ସଙ୍ଗୀତରେ କୁନାଲ ରାଓ୍ବଲ ଏବଂ ରାଘବେନ୍ଦ୍ର ରାଠୋରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ। ଭିକି ବିବାହ ଦିନ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍‌ ପିନ୍ଧିବେ।

Share