ବିବାହ ପୂର୍ବରୁ କାଟ୍ରିନା-ଭିକିଙ୍କ ନାଁରେ ମାମଲା

ଜୟପୁର: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା ଏବଂ ଭିକିଙ୍କ ବିବାହ ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ। ଆଜିଠୁ ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଛି। ରାଜସ୍ଥାନର ଜୋଧପୁରରେ ଅତିଥି ଓ ସେଲିବ୍ରିଟିମାନେ ମଧ୍ୟ ପ୍ରାୟ ଆସିସାରିଥିବା କୁହାଯାଉଛି। ତେବେ ବିବାହ ପୂର୍ବରୁ କାଟ୍ରିନା ଏବଂ ଭିକିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।

ରାଜସ୍ଥାନର ଜଣେ ଓକିଲ ଉଭୟଙ୍କ ନାଁରେ ସଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଓକିଲ ନେତ୍ରାବିନ୍ଦୁ ସିଂହ ତାଙ୍କ ବିରୋଧରେ ଜିଲା ଆଇନ ସେବା ପ୍ରାଧିକରଣରେ ଅଭିଯୋଗ କରିଛନ୍ତି। ଚୌଥ ମନ୍ଦିର ନିକଟରେ ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିବାର ଓକିଲ ତା ଅଭିଯୋଗ ଆଣିଛନ୍ତି। ହୋଟେଲ ସିକ୍ସ ସେନ୍ସଟି ମନ୍ଦିରକୁ ଯିବା ବାଟରେ ପଡୁଛି। ଜିଲା କଲେକ୍ଟରଙ୍କ ତତ୍ତ୍ୱାବଧାନରେ ହୋଟେଲ ମ୍ୟାନେଜର ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ମନ୍ଦିରକୁ ଯାଉଥିବା ରାସ୍ତା ବନ୍ଦ କରି ଦେଇଛନ୍ତି। ଏହି କାରଣରୁ ଭକ୍ତମାନେ ମନ୍ଦିରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ରାସ୍ତା ଖୋଲିବାକୁ ସେ ଦାବି କରିଛନ୍ତି।

Share