ଯାହାକୁ ଡରୁଥିଲେ କ୍ୟାଟ୍ରିନା

ଯାହାକୁ କ୍ୟାଟ୍ରିନା ବେଶି ଡରନ୍ତି ଏବେ ସେପରି ଭୂମିକାରେ ଅଭିନୟ କରିବେ। ଯେତେବେଳେ ଏହି ଅଫର ମିଳିଲା ସେତେବେଳେ ସେ ଟିକେ ଅଡୁଆରେ ପଡିଯାଇଥିଲେ। କାରଣ ସେ ଭୂତକୁ ଭାରି ଡରନ୍ତି। ପୁଣି ଏପରି ସଂଯୋଗ ସେ ଅଭିନୟ କରିବାକୁ ଯାଉଥିବା ହରର୍‌ କମେଡି ଫିଲ୍ମ ‘ଫୋନ୍‌ ଭୂତ’ରେ ସେ ଭୂତୁଣୀ ଭୂମିକାରେ ଅଭିନୟ କରିବେ। ଏ ବିଷୟରେ କ୍ୟାଟ୍ରିନା କୈଫ କହନ୍ତି, ”ସତ କଥା କହିବାକୁ ଗଲେ ମୋତେ ଭୂତକୁ ଭାରି ଭୟ। ସ୍କୁଲରେ ପଢ଼ିବା ବେଳେ ଥରେ ମୁଁ ଭୂତ କଥା ଭାବି ଏମିତି ଡରି ଯାଇଥିଲି ଯେ ୪ଦିନ ଧରି ସ୍କୁଲକୁ ଯାଇ ନ ଥିଲି। ଏବେ ସେହି ଭୟ ମୋ ମନରେ ରହିଛି। ଏପରି ଭୂମିକା ସମ୍ପର୍କରେ ଯେତେବେଳେ ଏହି ଫିଲ୍ମର ନିର୍ଦ୍ଦେଶକ ଗୁରମିତ୍‌ ସିଂ ସୂଚନା ଦେଲେ ସେତେବେଳେ ମୁଁ ଅଡୁଆରେ ପଡିଯାଇଥିଲି। ଅଫରଟିକୁ ଗ୍ରହଣ କରିବି କି ନାହିଁ ସେଥିପାଇଁ ସପ୍ତାହେ ଟାଇମ୍‌ ନେଇଥିଲି ଏବଂ ନିର୍ଦ୍ଦେଶକ ମଧ୍ୟ ମୋ କଥାରେ ରାଜି ହୋଇଥିଲେ। ମୋ କ୍ୟରିୟରରେ ମୁଁ ପ୍ରଥମ ଥର ପାଇଁ ଭୂତୁଣୀ ଭୂମିକାରେ ଅଭିନୟ କରିବାକୁ ଯାଉଛି। ସାହସର ସହ କ୍ୟାମେରା ସାମ୍‌ନା କରିବି।“ ଏକ୍ସସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି ଫରହାନ ଅଖତର ଏବଂ ରିତେଶ ସିଦ୍ଦଓ୍ବାନି।

Share