କୋରିଓଗ୍ରାଫର ହେବେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତା ବିକି କୌଶଲ ସ୍ତ୍ରୀ କ୍ୟାଟ୍ରିନା କୈଫଙ୍କୁ କୋରିଓଗ୍ରାଫର କରିବାକୁ ଚାହୁଁଛନ୍ତି। ବାସ୍ତବରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୋବିନ୍ଦା ନାମ ମେରା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବ୍ୟତୀତ ଭୂମି ପେଡେନକର ଏବଂ କିଆରା ଆଡଭାନୀ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଏକ ସାକ୍ଷାତକାରରେ ବିକି କହିଛନ୍ତି, ସେ କ୍ୟାଟ୍ରିନାଙ୍କୁ କୋରିଓଗ୍ରାଫର କରିବାକୁ ପସନ୍ଦ କରିବେ
ଏହି ଚଳଚ୍ଚିତ୍ରରେ ବିକି ଏବଂ କିଆରା କୋରିଓଗ୍ରାଫର ଭାବରେ ଅଭିନୟ କରିଛନ୍ତି। ତାଙ୍କୁ ସାକ୍ଷାତକାରରେ ଯେତେବେଳେ ପଚରାଯାଇଥିଲା ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କୋରିଓଗ୍ରାଫ କରିବାକୁ କାହାକୁ ପସନ୍ଦ କରିବେ? ସେ କହିଥିଲେ, କ୍ୟାଟ୍ରିନାଙ୍କୁ ପସନ୍ଦ କରିବି। କାରଣ କ୍ୟାଟ୍ରିନା ଭଲ ଡ୍ୟାନ୍ସ କରନ୍ତି। ସେ ଜଣେ ଦକ୍ଷ ଝିଅ। ସେ ହିଁ ଭଲ କରିପାରିବେ। ଏହା ପରେ ବିକି ହସି କହିଥିଲେ, ଆଜି ଖାଇବାକୁ ମିଳିବ ନାହିଁ। ଏହି କଥା ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା।

Share