ବିବାହ ପରେ ଫିଲ୍ମ ଛାଡ଼ିବେ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ବାର୍ବି ଡଲ୍‌ କୁହାଯାଉଥିବା କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଆଜିକାଲି ଜୋର୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି, ଡିସେମ୍ବର ୯ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ଚାରିଆଡ଼େ ଚର୍ଚ୍ଚା। କିନ୍ତୁ ଏପର୍ଯ୍ୟନ୍ତ କାଟ୍ରିନା କି ଭିକି କୌଣସି ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି। ଗତ ଦୁଇବର୍ଷ ଧରି ଦୁହେଁ ଡେଟ୍‌ କରିଆସୁଛନ୍ତି।

ଏହି ସମୟରେ କାଟ୍ରିନାଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବିବାହ ବିଷୟରେ ନିଜ ମନ କଥା କହୁଛନ୍ତି। ଭିଡିଓରେ କାଟ୍ରିନା କହିଛନ୍ତି, ଯଦି ସେ କେବେ ଅନୁଭବ କରନ୍ତି ଯେ, ବିବାହକୁ ଗୁରୁତ୍ୱ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ଫିଲ୍ମ କରିବା ବନ୍ଦ କରିଦେବେ। ତେବେ ସେ ଏହା ମଧ୍ୟ କହିଛନ୍ତି, ତାଙ୍କ ସାଥୀ କିମ୍ବା ତାଙ୍କ ପରିବାର ତାଙ୍କୁ କାମରୁ ନିବୃତ୍ତ କରିବା ଉଚିତ୍‌। ଯେତେବେଳେ ସେ ହୃଦୟରୁ ଏହା ଅନୁଭବ କରିବେ ସେତେବେଳେ ସେ ଏହା କରିବେ।

ଆହୁରି ମଧ୍ୟ କହିଛନ୍ତି, ସେ ବିବାହରେ ବହୁତ ବିଶ୍ୱାସ କରନ୍ତି। ସେ ପରିବାର ଏବଂ ଘରକୁ ଭଲ ପାଆନ୍ତି। ସେ ସେତେବେଳେ କହୁଥିଲେ ଯଦି କେବେ ତାଙ୍କ ଜୀବନରେ ପ୍ରେମ ଆସେ ତେବେ ଏହାର ଅର୍ଥ ଭାଗ୍ୟରେ ଲେଖା ହୋଇଛି।

Share