ଖାସ୍‌ ଅନ୍ଦାଜ୍‌ରେ ଭାଉଜଙ୍କୁ ସ୍ବାଗତ କଲେ କ୍ୟାଟ୍ରିନାଙ୍କ ଦିଅର

ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ରାଜସ୍ଥାନର ସୱାଇ ମାଧୋପୁର ଜିଲାର ବାରୱାରାର ୭୦୦ ବର୍ଷ ପୁରୁଣା ସିକ୍ସ ସେନ୍ସ ଦୁର୍ଗରେ ଏହି ବିବାହ ଉତ୍ସବରେ କେବଳ ୧୫୦ ଅତିଥି ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଭିକି ଏହି ବିବାହରେ ଯେତିକି ଖୁସି ଥିଲେ, ତାଙ୍କ ଭାଇ ସନ୍ନି କୌଶଲ ମଧ୍ୟ ସେତିକି ଖୁସି ଜଣାପଡୁଥିଲେ। ଉଭୟ ସନ୍ନି ଏବଂ କ୍ୟାଟ୍ରିନା ଭଲ ବନ୍ଧୁ। ସନ୍ନିଙ୍କ ଜନ୍ମଦିନ ଅବସରରେ ମଧ୍ୟ କ୍ୟାଟ୍ରିନା ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଥିଲେ। କ୍ୟାଟ୍ରିନା କୌଶଲ ପରିବାରର ବୋହୂ ହେବାପରେ ଭାଉଜଙ୍କ ପାଇଁ ସୋସିଆଲ ମିଡିଆରେ ସନ୍ନି ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି – ଆଜି ହୃଦୟରେ ଅନ୍ୟ ଜଣଙ୍କ ପାଇଁ ଏକ ସ୍ଥାନ ହୋଇଯାଇଛଇ। ପରଜାଇ ଅର୍ଥାତ୍‌ ଭାଉଜଙ୍କୁ ସ୍ବାଗତ। ଏହି ସୁନ୍ଦର ଦମ୍ପତିଙ୍କୁ ଜୀବନସାରା ଅନେକ ପ୍ରେମ ଏବଂ ଅନେକ ସୁଖ ମିଳୁ । ଭିକି ପଞ୍ଜାବୀ ପରିବାରର, ତେଣୁ ସେଠାରେ ବୋହୂକୁ ପରଜାଇ କୁହାଯାଏ ।
ଭିକି କ୍ୟାଟ୍ରିନାଙ୍କ ବିବାହ ଫଟୋ ଉଭୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ସହିତ ଭିକି ଏବଂ କ୍ୟାଟ୍ରିନା ଲେଖିଛନ୍ତି – ଆମ ହୃଦୟରେ କେବଳ ପ୍ରେମ ଅଛି, ଯାହା ଆମକୁ ଏହି ମୁହୂର୍ତ୍ତକୁ ଆଣିଛି। ତୁମ ସମସ୍ତଙ୍କ ପ୍ରେମ ଏବଂ ଆଶୀର୍ବାଦ କାମନା କରି, ଆମେ ଏହି ନୂତନ ଯାତ୍ରା ଏକତ୍ର ଆରମ୍ଭ କରିବା।

Share