ଏ ବର୍ଷ ନୁହେଁ, ଆସନ୍ତା ବର୍ଷ ରିଲିଜ୍‌ ହେବ କ୍ୟାଟ୍ରିନାଙ୍କ ଫିଲ୍ମ

ମୁମାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ୟାଟ୍ରିନା କୈଫ ପ୍ରାୟତଃ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ ଫୋନ ଭୂତ’କୁ ନେଇ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ତାଙ୍କର ଆଉ ଏକ ଫିଲ୍ମ ‘ମେରି ଖ୍ରୀସମାସ’ ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିଥାନ୍ତା। ହେଲେ ନିର୍ମାତା ଏହାର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କୁହାଯାଉଛି କି ଫିଲ୍ମଟି ଆସନ୍ତା ବର୍ଷ ଡିସେମ୍ବର ୨୩ ତାରିଖରେ ମୁକ୍ତିଲାଭ କରିବ। ଶ୍ରୀରାମ ରାଘବନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। କ୍ୟାଟ୍ରିନାଙ୍କ ବ୍ୟତିତ ବିଜୟ ସେଥୁପତି ମଧ୍ୟ ନଜର ଆସିବେ। ଅନ୍ୟପଟେ, କ୍ୟାଟ୍ରିନାଙ୍କ ଫିଲ୍ମ ‘ ଫୋନ ଭୂତ’ ନଭେମ୍ବର ୪ରେ ରିଲିଜ୍‌ ହେବାକୁ ଯାଉଛି।

Share