ଏହି ଦିନ ରିଲିଜ୍‌ ହେବ କ୍ୟାଟ୍ରିନାଙ୍କ ଫିଲ୍ମ

କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ‘ଫୋନ ଭୁତ୍‌’ ଅକ୍ଟୋବର ୭ରେ ରିଲିଜ୍‌ ହେବ। ଏହାକୁ ନେଇ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି କ୍ୟାଟ୍ରିନା ସୂଚନା ଦେଇଛନ୍ତି। ଏହି ପୋଷ୍ଟର ଶେୟାର କରି କ୍ୟାଟ୍‌ ଲେଖିଛନ୍ତି, ଫୋନ ଭୂତ ଦୁନିଆକୁ ଆପଣଙ୍କୁ ସ୍ବାଗତ, ଅକ୍ଟୋବର ୭ରେ ଆପଣଙ୍କ ନିକଟସ୍ଥ ସିନେମା ହଲକୁ ଆସୁଛି । ଗୁରୁମିତ ସିଂ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ବିବାହ ପରେ ଏହି ଫିଲ୍ମ କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ ହେବ। ଶୁଣାଯାଉଛି କି ଏବେ କ୍ୟାଟ୍ରିନାଙ୍କ ହାତରେ ଆହୁରି ଅନେକ ବଡ ବଡ ଫିଲ୍ମ ଅଛି।

Share