କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ ଏହି ପ୍ରଶ୍ନ ଲୋକଙ୍କ ମନରେ ସବୁବେଳେ ଆସିଥାଏ। ସୋସିଆଲ ମିଡିଆରେ ମହମ୍ମଦଙ୍କୁ ବହୁତ ଥର ଏହି ପ୍ରଶ୍ନ ବି ପଚରାଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

ମହମ୍ମଦ କୈଫ୍‌ ପୁଣି ଥରେ #AskKaif ସେଶନ କରିଥିଲେ। ଯାହାଦ୍ୱାରା ସେ ସୋସିଆଲ ମିଡିଆରେ ୟୁଜରମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ଜଣେ ୟୁଜର ପଚାରିଥିଲେ ଆପଣ କ’ଣ କାଟ୍ରିନାଙ୍କ ସମ୍ପର୍କୀୟ। ମହମ୍ମଦ ୟୁଜରଙ୍କୁ ଏମିତି ଉତ୍ତର ଦେଇଥିଲେ, ଯାହା ଜାଣିଲେ ମଜା ଆସିବ।

ମହମ୍ମଦ କହିଥିଲେ, ଆଜି ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ। ଏହା ପୂର୍ବରୁ ମୁଁ ବିବାହିତ। ମାତ୍ର ଏକ ମଜାଳିଆ କଥା କି କାଟ୍ରିନାଙ୍କ ସର୍‌ନେମ ବା ଟାଇଟେଲ ମୋତେ ମିଳିଛି। ଏହି ଅନୁସାରେ ତାଙ୍କର ମୋ ସହ କନେକ୍ସନ।

କାଟ୍ରିନାଙ୍କ ନାଁରେ ‘କୈଫ୍‌’ ହେବା ସମ୍ପର୍କରେ quora ନାମକ ଜଣେ ୟୁଜର କହିଛନ୍ତି, କାଟ୍ରିନାଙ୍କ ଜନ୍ମ ହଂକଂରେ ହୋଇଥିଲା। କାଟ୍ରିନାଙ୍କ ପିତା କଶ୍ମୀର ଥିଲେ। ତାଙ୍କ ନାମ ମହମ୍ମଦ କୈଫ୍‌ ଥିଲା। ତାଙ୍କ ମା’ଙ୍କ ନାମ Susanna Turquotte ଜଣେ ବ୍ରିଟିଶ ନାଗରିକ। ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ମାତା-ପିତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।

ଯେତେବେଳେ କାଟ୍ରିନା ଭାରତ ଆସିଥିଲେ, ସେତେବେଳେ ସେ ସର୍‌ନେମ ବଦଳାଇଥିଲେ। ତାଙ୍କ ପିତାଙ୍କ ସର୍‌ନେମ ସେ ରଖିଥିଲେ। କାରଣ ସେ ଭାରତୀୟ ମୂଳ ଥିଲେ। ଅଭିନେତ୍ରୀଙ୍କ ଅସଲି ନାମ କାଟ୍ରିନା ତୁରକୋଟେ। ଏହା ବି କୁହାଯାଉଥିଲା ସେ କ୍ରିକେଟର ମହମ୍ମଦ କୈଫ୍‌ଙ୍କ ନାମ ଅନୁଯାୟୀ, ନିଜର ସର୍‌ନେମ କୈଫ୍‌କୁ ବଦଳାଇଥିଲେ। କାରଣ ଏହି ସମୟରେ ମହମ୍ମଦଙ୍କ ନାମ ଶୀର୍ଷରେ ଥିଲା।