କ୍ୟାଟ୍ରିନାଙ୍କ ‘ଟାଇଗର-୩’ ଭିଡିଓ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ତାଙ୍କ ଶୁଟିଂ ସେଟ୍‌ର ଏକ ଭିଡିଓ ଲିକ୍‌ ହୋଇଥିବା ଜଣାପଡ଼ିଛି। ଭିଡିଓରେ କ୍ୟାଟ୍ରିନା ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଲୋକେ ଏହାକୁ ଦେଖି କ୍ୟାଟ୍ରିନା ମାସାଲ୍ହା ଗୀତରେ ନାଚୁଥିବା ଅନୁମାନ କରୁଛନ୍ତି। ହେଲେ ଭିଡିଓରେ ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କୁ ଦେଖିବାକୁ ମିଳି ନାହିଁ। ସିନେ ପରଦାରେ କ୍ୟାଟ୍ରିନା ଏବଂ ସଲ୍‌ମାନଙ୍କ ଯୋଡ଼ିକୁ ଦର୍ଶକ ଅନେକ ପସନ୍ଦ କରୁଥିବାବେଳେ ‘ଟାଇଗର-୩’ ଆଗକୁ ଧମାଲ କରିବ ବୋଲି ଅନେକେ କମେଣ୍ଟ ମଧ୍ୟ କରିଛନ୍ତି। କ୍ୟାଟ୍ରିନାଙ୍କ ନୃତ୍ୟ ଦେଖି ଫିଲ୍ମ ପ୍ରତି ପ୍ରଶଂସକଙ୍କ ଉତ୍ସାହ ଖୁବ୍‌ ବଢ଼ିଯାଇଛି। ଏହା ମଧ୍ୟରେ ସଲ୍‌ମାନଙ୍କ ନୂଆ ଲୁକ୍‌ ଭାଇରାଲ୍‌ ହୋଇଛି, ଯେଉଁଥିରେ ସେ ଲଣ୍ଡା ହୋଇଥିବା ଦେଖିବାକୁ ମିଳିଛନ୍ତି। ଫିଲ୍ମ ‘ତେରେ ନାମ୍‌-୨’ ପାଇଁ ସଲ୍‌ମାନ ଲଣ୍ଡା ହୋଇଥିବା ଶୁଣିବାକୁ ମିଳିଛି। ତେବେ କ୍ୟାଟ୍ରିନା୨୦୦୩ରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଦର୍ଶକଙ୍କୁ ହିଟ୍‌ ଫିଲ୍ମ ଦେଇ ଅନେକଙ୍କ ପସନ୍ଦିତା ହୋଇପାରିଛନ୍ତି। ଏବେ ତାଙ୍କ ହାତରେ ୨ଟି ଫିଲ୍ମ ରହିଛି, ଯେଉଁଥିରେ ସେ ବ୍ୟସ୍ତ ଅଛନ୍ତି।

Share