ମୁମ୍ବାଇ: ବିବାହ ପରଠାରୁ ଖୁବ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଏବେ ଏହି ସେଲିବ୍ରିଟି କପଲ ଆମେରିକା ଯାଇଛନ୍ତି । ସେଠାକାର କିଛି ଫଟୋ ଓ ଭିଡିଓ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର ବି କରୁଛନ୍ତି । ଏବେ ନିକଟରେ ଭିକ୍ଟ୍ରିନା ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କ ସହରରେ ଥିବା ଭାରତୀୟ ରେସ୍ତୋରାଁ ସୋନାରେ ପହଞ୍ଚିଥିଲେ ।
କ୍ୟାଟ୍ରିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ସେକ୍ସନରେ ଏକ ଫଟୋ ଶେୟାର କରି ଲେଖିଛନ୍ତି- ଘରଠାରୁ ଦୂର ଆଉ ଏକ ଘର । ଫଟୋରେ କ୍ୟାଟ୍ରିନା ଫ୍ଲୋରାଲ ପିଚ କଲର ଡ୍ରେସ ପିନ୍ଧିଥିବା ବେଳେ ଭିକ୍କି କୌଶଲ ଚାରକୋଲ ଗ୍ରେ ଟି-ସର୍ଟ ଓ ବ୍ଲାକ କଲରର ଡେନିମରେ ନଜର ଆସିଛନ୍ତି । ଉଭୟ ରେସ୍ତୋରାଁର କୋ ଓନର ମନିଷ ଏମ ଗୋଲଙ୍କ ସହ ସେଲ୍ଫି ନେଇଛନ୍ତି ।
ସୂଚନାଯୋଗ୍ୟ, ଫ୍ରିୟଙ୍କା ଚୋପ୍ରା ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲୋ ଜରା’ରେ କ୍ୟାଟଙ୍କ ସହ ଅଭିନୟ କରିବେ । ତେବେ କ୍ୟାଟ ତାଙ୍କ ରେସ୍ତୋରାଁର ଯେଉଁ ଫଟୋ ଶେୟାର କରିଛନ୍ତି ଏହା ଉପରେ କମେଣ୍ଟ କରି ପିସି ଲେଖିଛନ୍ତି, ଲଭ ୟୁ ହନି! ବହୁତ ଖୁସି ଲାଗୁଛି କି ଆପଣମାନେ ଏଠାକୁ ଆସିଛନ୍ତି । ଡିସେମ୍ବର ୯, ୨୦୨୧ରେ ବିବାହ କରିଥିବା କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଏବେ ନିଜର କ୍ୱାଲିଟି ଟାଇମ ବିଦେଶରେ ସ୍ପେଣ୍ଡ କରୁଛନ୍ତି ।