Advertisement

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ଜଣେ ମୃତ

ଭୁବନେଶ୍ୱର,୨୯।୭: ସକାଳୁ ସକାଳୁ କାଉଡ଼ିଆଙ୍କ ଉପରେ ମାଡ଼ିଗଲା, ଜଣେ ମୃତ। ସାଲେପୁର ନିଶ୍ଟିନ୍ତକୋଇଲି ତହସିଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାବୁଜଙ୍ଗରୁ ୩୭ ଜଣ କାଉଡ଼ିଆ ମିଶି ପାଣି ନେଇ ପାଇକରାପୁର ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ କଉଡିଆଙ୍କ ଉପରେ ମାଡି ଯାଇଥିଲା। ଫଳରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share