ନିଜକୁ ମୁର୍ଖ କହିଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ, ହୋଷ୍ଟିଂରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ସେ ଏବେ କୌନ ବନେଗା କରୋଡପତି ହୋଷ୍ଟ କରୁଛନ୍ତି। ଏହି ଶୋ’ରେ ସେ ନିଜ ବ୍ୟକ୍ତିଗତ ଜୀବନୀଠାରୁ ଆରମ୍ଭ କରି ପ୍ରଫେଶନାଲ କ୍ୟାରିୟର ବିଷୟରେ ପ୍ରତିଯୋଗୀଙ୍କ ସହ ଆଲୋଚନା କରନ୍ତି।
‘କୌନ ବନେଗା କରୋଡପତି ୧୪’ର ଆଗାମୀ ଏପିସୋଡରେ ଅମିତାଭ ବଚ୍ଚନ ଷ୍ଟେନୋଗ୍ରାଫର ମନୀଷା ଲାଲୱାନୀଙ୍କୁ ସ୍ବାଗତ କରିବେ। ମନୀଷା ବିଗ ବିଙ୍କୁ କହିଥିଲେ, ଶୋ’ ପାଇଁ ବହୁତ କିଛି ପ୍ରସ୍ତୁତ କରିଥିଲେ, କିନ୍ତୁ ଶୋ’କୁ ଆସିବା ମାତ୍ରେ ସବୁକିଛି ଭୁଲି ଯାଇଛି। ଏହା ପରେ ଅମିତାଭ ବଚ୍ଚନ କୁହନ୍ତି, ଏହି ଅର୍ଥ ଆପଣଙ୍କୁ କହିବାକୁ ପଡିବ, ଆପଣ କେଉଁଠାରେ ଅଛନ୍ତି? କେବିସିର ସେଟରେ ଅଛନ୍ତି। ହଟ ସିଟ ଉପରେ ବସିଛନ୍ତି। ଜଣେ ମୁର୍ଖ ବ୍ୟକ୍ତି ସାମ୍ନାରେ ବସିଛନ୍ତି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share