ପ୍ରଶଂସକଙ୍କ ଉପହାର ଅମିତାଭ ଘରକୁ ଆଣିଲେ ଏମିତି ଥାଏ ସ୍ତ୍ରୀ ଜୟାଙ୍କ ପ୍ରତିକ୍ରିୟା

ମେଗାଷ୍ଟାର ଅମିତାଭ ବଚ୍ଚନ ଦଶନ୍ଧି ଧରି ବଲିଉଡ୍‌ରେ ରାଜ କରୁଛନ୍ତି। ସେ ‘ବାଗବାନ’, ‘କାଲା ପଥର୍‌’, ‘ଡନ’, ‘ଜଞ୍ଜିର’, ‘ଅଗ୍ନିପଥ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ବିଗ ବିଙ୍କ ପ୍ରଶଂସକମାନେ ପ୍ରତିଦିନ ତାଙ୍କ ପାଇଁ ଉପହାର ପଠାନ୍ତି। ଉପହାରକୁ ଘରକୁ ଆଣିବାପରେ ସ୍ତ୍ରୀ ଜୟା ବଚ୍ଚନଙ୍କ ପ୍ରତିକ୍ରିୟା ବିଷୟରେ ଖୁଲାସା କରିଛନ୍ତି ବିଗ ବି।
‘କୌନ ବନେଗା କରୋଡପତି ୧୪’ରେ ଅମିତାଭ କହିଛନ୍ତି, ଦର୍ଶକ ହେଉଛନ୍ତି ତାଙ୍କର ଗ୍ରାହକ, ଯାହା ବିନା ତାଙ୍କ ବ୍ୟବସାୟ ଚାଲିପାରିବ ନାହିଁ। ପ୍ରତିଦିନ ସେ ଅନେକ ଉପହାର ପାଆନ୍ତି ଏବଂ ପ୍ରତିଦିନ ଅତିକମରେ ଦେଢରୁ ଦୁଇ ଘଣ୍ଟା ପାଇଁ ଅଟୋଗ୍ରାଫ ସାଇନ କରନ୍ତି। ପ୍ରଶଂସକଙ୍କ ଦ୍ୱାରା ଦିଆଯାଇଥିବା ଉପହାର ଘରକୁ ଆଣିଲେ ପୁରା ପରିବେଶ ଖରାପ ହୋଇଯାଏ। ସ୍ତ୍ରୀ ଜୟା ସନ୍ଦେହ କରି ପଚାରନ୍ତି କେଉଁଠୁ ଏତେ ଉପହାର ପାଇଲ। ସେସବୁ କୋଉଠି ରଖିବ। ଏମିତି ଅନେକ କିଛି କଥା କହି ସେ ମାହୋଲ ବିଗାଡି ଦିଅନ୍ତି। ଅବଶ୍ୟ ବିଗ୍‌ ବି ମଜାକିଆ ଅନ୍ଦାଜରେ ଏସବୁ କହିଥିଲେ।

Share