କେବିସି ୧୫: ବଦଳିବ ଲାଇଫ ଲାଇନ, ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଅଗଷ୍ଟ ୧୪ରେ କୌନ ବନେଗା କରୋଡପତି ୧୫ସହ ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିବାକୁ ପ୍ରସ୍ତୁତ ହୋଇଗଲେଣି। ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି। ସେଟ ଡିଜାଇନଠାରୁ ଅମିତାଭଙ୍କ ଲୁକ ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ କରାଯାଇଛି। ଅମିତାଭଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା କେବିସି ଅଗଷ୍ଟ ୧୪ ରାତି ୯ଟାରେ ସୋନି ଟିଭିରେ ପ୍ରିମିୟର ହେବ।

ପ୍ରଶଂସକଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେବିସି ନିର୍ମାତାମାନେ ସେଟକୁ ଏକ ନୂଆ ଲୁକ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଶଂସକମାନେ ଏଥର ସେଟ ରେ ଏକ ପରିବର୍ତ୍ତନ ଦେଖିବେ ଯାହା ‘ଏକ୍ସ’ ଆକାରରେ। କେବିସିର ସେଟ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଦେଖାଯିବ।
କୌତୁହଳର ବିଷୟ, ଏଥର ଶୋ’ରେ ଏକ ନୂ୍ରା ଲାଇଫ ଲାଇନ ରହିବ, ଯଦିଓ ଏହା ପୁରୁଣାକୁ ବଦଳାଇବ ନା ପୂର୍ବ ଲାଇଫ ଲାଇନ ସହିତ ରହିବ ତାହା ଦେଖିବାକୁ ବାକି ରହିଲା। ବିଗ ବିଙ୍କ ଦ୍ୱାରା ‘ଡୁଗଡୁଗି ଜୀ’ ନାମକ ଟାଇମର୍‌ ମଧ୍ୟ ପରିବର୍ତ୍ତନ କରାଯିବ।
ବଲିଉଡ ମେଗାଷ୍ଟାର ପ୍ରମୋରେ # ନ୍ୟୁ ବେଗିନିଂସ ଘୋଷଣା କରି କହିଲେ, ୫ଜିବି ସ୍ପିଡକୁ ନବୀକରଣ କରିବାର ନୂତନ ଆଭିମୁଖ୍ୟ ସହିତ, ଏହି ନୂତନ ଯୁଗରେ ଆପଣମାନଙ୍କୁ ବହୁତ ସ୍ବାଗତ … ଏହି ପୋଷ୍ଟରେ ଲେଖାଥିଲା, ଜ୍ଞାନଦାର, ଧନଦାର ଔର ଶାନଦାର ଭାବେ କୌନ ବାନେଗା କରୋଡପତି ଏକ ନୂତନ ଅବତାରରେ ଆସୁଛି।
ଏହି ସିଜନର ଲୁକ ପରିବର୍ତ୍ତନ ବିଷୟରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲିଷ୍ଟ ପ୍ରିୟା ପାଟିଲ କହିଛନ୍ତି ଯେ କୌନ ବାନେଗା କରୋଡପତିର ୧୫ତମ ସିଜିନ ପାଇଁ ଲୁକକୁ ‘ନ୍ୟୁ’ ଏବଂ ‘ଫ୍ରେସ୍‌’ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରିୟା ପାଟିଲ କହିଛନ୍ତି ଯେ କ୍ଲାସିକ ଲୁକ ବଜାୟ ରଖିବାବେଳେ ଆମେ ଗୋଟିଏ ପାଦ ଆଗକୁ ଯାଇ ଏଥିରେ ନୂତନ ଉପାଦାନ ଯୋଡିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମିତାଭ ସାରଙ୍କୁ ଏକ ଭିନ୍ନ ରୂପ ଦେବା ପାଇଁ ଆମେ କ୍ଲାସିକ ଯୋଧପୁରୀ ଉପରେ ଏକ ଶାଲ ମଧ୍ୟ ସାମିଲ କରିଛୁ।

Share