‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ରିଲିଜ

ମୁମ୍ବାଇ: ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସୋମବାର ସୋନି ଟିଭି ଅମିତାଭ ବଚ୍ଚନଙ୍କ ସହଏକ ନୂଆ ପ୍ରମୋ ସହ ‘କୌନ ବନେଗା କରୋଡ ପତି ସିଜନ ୧୫’ର ଲେଉଟାଣିକୁ ନେଇ ଆନାଉନ୍ସମେଣ୍ଟ କରିଛନ୍ତି। ବର୍ଷ ବର୍ଷ ଧରି ଏହି ଶୋ’କୁ ହୋଷ୍ଟ କରୁଥିବା ଅମିତାଭ ବଚ୍ଚନ ପ୍ରମୋରେ ଏହାକୁ ‘ନଇ ସୁରଓ୍ବାତ’ ବୋଲି କହିଛନ୍ତି।
ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଏହି ରିଆଲିଟି ସୋ ‘କୌନ ବନେଗା କରୋଡପତି’ର ସିଜନ ୧୫ ଅଗଷ୍ଟ ୧୪ ରାତି ୯ଟାରେ ସୋନି ଟିଭିରେ ପ୍ରିମିୟର ହେବ। ଏହି ଶୋ’ର ପ୍ରମୋର ଆରମ୍ଭ ଅମିତାଭ ବଚ୍ଚନଙ୍କ ଡ୍ୟାସିଂ ଝଲକରୁ ଆରମ୍ଭ ହେବ। ସେ ମଞ୍ଚକୁ ଆସିବା ମାତ୍ରେ ଦର୍ଶକ ଗ୍ୟାଲେରୀରେ ଥିବା ଜନତା ତାଙ୍କୁ ଠିଆ ହୋଇ ସ୍ବାଗତ କରିଥିଲେ। ଅମିତାଭ ଏକ ନ୍ୟୁ ଆପ୍ରୋଚ ସହ ନୂଆ ସିଜନକୁ ଆରମ୍ଭ କରିବା ବିଷୟରେ କଥାବାର୍ତ୍ତା କରନ୍ତି ଏବଂ ‘ନଇ ସୁରଓ୍ବାତ’ ହ୍ୟାସଟ୍ୟାଗ ବ୍ୟବହାର କରନ୍ତି।
ଅଫିସିଆଲ ପୋଷ୍ଟରେ ଲେଖାଥିଲା, ‘ଜ୍ଞାନଦାର, ଧନଦାର ଓ ଶାନଦାର ତରିକେ ସେ କୌନ ବନେଗା କରୋଡ ପତି ଆ ରହା ହେ ଆପସେ ମିଲନେ ଏକ ନଏ ରୁପ ମେ।’ ଏହି ସିଜନ ନୂଆ ଭାରତ ଏବଂ ଏହାର ବଦଳୁଥିବା ଭାବନାକୁ ପାଳନ କରିବା ପାଇଁ ପାଳନ କରାଯାଏ। ଗେମ ସୋରେ ଦର୍ଶକ ଏବଂ ପ୍ରତିଯୋଗୀମାନଙ୍କ ପାଇଁ ନୂଆ ଏଲିମେଣ୍ଟସ୍‌ ରହିଛି।

Share