‘କେବିସି’ ପାଇଁ ମାତ୍ର ୩ ହଳ ପୋଷାକ ପିନ୍ଧିଥାନ୍ତି ବିଗ୍‌ ବି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

‘କୌନ୍‌ ବନେଗା କରୋଡପତି’(କେବିସି)ର ୧୨ତମ ସିଜିନ୍‌ ସେପ୍ଟେମ୍ବର ୨୮ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଶୋ’ ମେକର୍ସମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅମିତାଭ, ପ୍ରତିଯୋଗୀ ଏବଂ ଶୋ ଟିମ୍‌ର ସଦସ୍ୟମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଅନେକ ବର୍ଷ ହେବ ଶୋ’ର ହୋଷ୍ଟ କରୁଥିବା ବିଗ୍‌ବିଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସମ୍ମୁଖକୁ ଆସିଛି। ଖୁବ୍‌ କମ୍‌ ଲୋକ ଏଥିପ୍ରତି ଧ୍ୟାନ ଦେଇଥିବେ ଯେ, ବିଗ୍‌ ବି ଗତ ୩ ବର୍ଷ ହେବ ଏକପ୍ରକାରର ପୋଷାକ ପିନ୍ଧୁଛନ୍ତି। କେବିସିରେ ବିଗ୍‌ ବିଙ୍କ ଷ୍ଟାଇଲିଷ୍ଟ ପ୍ରିୟା ପାଟିଲ ନିକଟରେ ଏହି ରାଜ୍‌ ଖୋଲିଛନ୍ତି। ସେ କହିଛନ୍ତି, ଅମିତାଭ ବହୁତ ଆରାମଦାୟକ ସୁପରଷ୍ଟାର। ଏହି ଶୋ’ ସନ୍ଧ୍ୟା ସମୟରେ ପ୍ରସାରିତ ହୋଇଥାଏ। ଗତ ୩ ବର୍ଷ ହେବ ଏହି ଶୋ’ ପାଇଁ ବିଗ୍‌ ବି ମାତ୍ର ୩ ହଳ ପୋଷାକ ବ୍ୟବହାର କରୁଛନ୍ତି। କାରଣ ଏହି ପୋଷାକକୁ ସେ ଯତ୍ନର ସହକାରେ ପିନ୍ଧିଥାନ୍ତି ଏବଂ ଏହାକୁ ଯତ୍ନରେ କାଢ଼ି ରଖିଥାନ୍ତି। ତେଣୁ ଅଧିକ ପୋଷାକର ଆବଶ୍ୟକତା ନାହିଁ। ଏହି ସିଜିନରେ ସେ କଳା, ବାଇଗେଣୀ ଏବଂ ମଦ ରଙ୍ଗର ପୋଷାକ ବ୍ୟବହାର କରୁଛନ୍ତି। କ୍ଲାସି ପୋଷାକ ବିଗ୍‌ ବିଙ୍କର ବହୁତ ପସନ୍ଦ ବୋଲି ପ୍ରିୟା କହିଛନ୍ତି।

Share