କେବିସିର ପ୍ରତି ଏପିସୋଡ ଶୁଟିଂ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଅମିତାଭ

ମୁମ୍ବାଇ: ଟେଲିଭିଜନ ରିୟଲିଟି ସୋ ‘କୌନ ବେନଗା କରୋଡ ପତି’ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। କେବିସି ହେଉଛି ଦେଶର ଦୀର୍ଘତମ ଚାଲୁଥିବା ରିଆଲିଟି ସୋ ମଧ୍ୟରୁ ଅନ୍ୟତମ। ଏହା ୨୦୦୦ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ସିଜନରେ ଦର୍ଶକେ ଏହାକୁ ଖୁବ ପସନ୍ଦ କରିଥିଲେ। ଶୋ’ର ପ୍ରଥମ ସିଜନରେ ପୁରସ୍କାର ରାଶି ୧ କୋଟି ଟଙ୍କା ଥିଲା।
୨୦୦୫ରେ, ପୁରସ୍କାର ରାଶି ଦ୍ୱିଗୁଣିତ ହୋଇ ସିଜନ ୨ରେ ୨କୋଟି ଟଙ୍କା ହୋଇଗଲା ଏବଂ ସିଜନ ୨ପର୍ଯ୍ୟନ୍ତ ସମାନ ରହିଲା। ତେବେ, ୨୦୧୦ରେ, ସିଜନ ୪ ପାଇଁ ପୁରସ୍କାର ରାଶି ପୁଣି ୧ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା। ୨୦୧୩ରେ, ସପ୍ତମ ସିଜନରୁ ପୁରସ୍କାର ରାଶି ୭କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
ଯେତେବେଳେ ଏହି ଶୋ ଆରମ୍ଭ ହେଲା, ଅମିତାଭ ବଚ୍ଚନ ଏହାକୁ ହୋଷ୍ଟ କରିବାକୁ ଏପିସୋଡ ପାଇଁ ୨୫ଲକ୍ଷ ଟଙ୍କା ନେଇଥିଲେ। ଯେତେବେଳେ ପ୍ରଥମ ସିଜନ ହିଟ ହୋଇଥିଲା, ଅମିତାଭ ତାଙ୍କ ଫି ୧କୋଟିକୁ ବୃଦ୍ଧି କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬-୭ସିଜନରେ ସେ ୧.୫ରୁ ୨କୋଟି ଟଙ୍କା ଆଦାୟ କରିଥିଲେ। ଅଷ୍ଟମ ସିଜନରେ ତାଙ୍କର ଫି ୨କୋଟି ଥିଲା। ଏହି ଶୋ’ର ଅଷ୍ଟମ ସିଜନରେ ରାନୀ ମୁଖାର୍ଜୀ, ପରିଣୀତି ଚୋପ୍ରା, ପ୍ରିୟଙ୍କା ଚୋପ୍ରା, ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ନଜର ଆସିଥିଲେ।
ନବମ ସିଜନରେ ଅମିତାଭ ବଚ୍ଚନ ୨.୬କୋଟି ନେଇଥିଲେ। ସେହି ସିଜନରେ କ୍ରିକେଟର ଯୁବରାଜ ସିଂ ଏବଂ ଅଭିନେତା ବିଦ୍ୟା ବୋଲେଣ୍ଡର ହଟ ସିଟରେ ଅତିଥି ଭାବରେ ନଜର ଆସିଥିଲେ। ଦଶମ ସିଜନରେ ଅମିତାଭ ବଚ୍ଚନ ଏପିସୋଡ ପାଇଁ ୩କୋଟି ଟଙ୍କା ନେଇିଥିଲେ। ସେହି ବର୍ଷ ସ୍ବତନ୍ତ୍ର ପ୍ରତିଯୋଗୀମାନଙ୍କ ମଧ୍ୟରେ ଆୟୁଷ୍ମାନ ଖୁରାନା ଏବଂ ଆମୀର ଖାଁ ଥିଲେ। ଏକାଦଶ, ଦ୍ୱାଦଶ ଏବଂ ୧୩ତମ ସିଜନରେ ସେ ୩.୫କୋଟି ଟଙ୍କା ଚାର୍ଜ କରିଥିଲେ।
ଶୋ’ର ୧୩ତମ ସିଜନରେ ଅନେକ ସେଲିବ୍ରିଟିଙ୍କୁ ଡକାଯାଇଥିଲା। ଏଥିରେ କ୍ରିକେଟର ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହୱାଗ, ଇରଫାନ ପଠାନ ଏବଂ ହରଭଜନ ସିଂଙ୍କ ସମେତ ଅନେକ ବଲିଉଡ ତାରକା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri