‘କେବିସି’ର ଟିଆର୍‌ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍‌: ଜାଣନ୍ତୁ କାହିଁକି

ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍‌ ବନେଗା କରୋଡପତି’(କେବିସି) ସିଜିନ୍‌ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଶୋ’ ଏଥର ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛି। ଶୋ’ରେ ଅନେକ ଛୋଟ ପରିବର୍ତ୍ତନ କରାଯାଇଛି। ଏହି ଶୋ’ ଟିଆର୍‌ପିରେ ପ୍ରତିବର୍ଷ ବହୁତ ଭଲ ପ୍ରମାଣିତ ହୋଇଛି। କେବଳ ଶୋ’ର ତୃତୀୟ ସିଜିନ୍‌ରେ ଶାହାରୁଖ୍‌ ଖାନ୍‌ ହୋଷ୍ଟ ଦାୟିତ୍ୱରେ ରହିଥିବା ବେଳେ ଏହାର ଟିଆର୍‌ପି ବହୁତ କମ୍‌ ଥିଲା।
କୌଣସି କାରଣ ପାଇଁ ବିଗ୍‌ ବି ଶୋ’ର ତୃତୀୟ ସିଜିନ୍‌ରେ ହୋଷ୍ଟ କରିବାକୁ ମନା କରିଦେଇଥିଲେ। ତେଣୁ ଶୋ’ ନିର୍ମାତାମାନେ ତାଙ୍କ ସ୍ଥାନରେ ଶାହାରୁଖଙ୍କୁ ନେଇଥିଲେ। ହେଲେ ଶାହାରୁଖ୍‌ ଶୋ’କୁ ହାଲକା ଭାବେ ନେଲେ। ବିଗ୍‌ ବିଙ୍କ ଗମ୍ଭୀର ସ୍ବର, ତାଙ୍କର ଷ୍ଟାଇଲ ଦ୍ୱାରା ପରିଚିତ ହୋଇସାରିଥିବା ଶୋ’ ଶାହାରୁଖ୍‌ ସେତେଟା ଗ୍ରହଣ କଲା ନାହିଁ। ଫଳରେ ଶୋ’ର ଟିଆର୍‌ପି କମିବାକୁ ଲାଗିଲା। ତେଣୁ ଏହାର ପରବର୍ତ୍ତି ସିଜିନ୍‌ଗୁଡିକରେ ବିଗ୍‌ ବିଙ୍କୁ ହୋଷ୍ଟ ଦାୟିତ୍ୱରେ ନିଆଗଲା। ଅମିତାଭ ହୋଷ୍ଟ ଦାୟିତ୍ୱରେ ଥିବା ବେଳେ ଶାହାରୁଖ୍‌ ଯେତେବେଳେ ନିଜର ଫିଲ୍ମ ‘ରା ଓ୍ବାନ୍‌’ର ପ୍ରମୋଶନ ପାଇଁ ଅତିଥି ସାଜି ଶୋ’କୁ ଆସିଥିଲେ, ସେତେବେଳେ ସେ ବିଗ୍‌ ବିଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, ମୁଁ ଅମିତାଭଙ୍କ ସ୍ଥାନ ନେବାକୁ ଚେଷ୍ଟାକରି ମୁଁ ଭୁଲ କରିଛି। ଏହି ଏପିସୋଡ୍‌ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା।

Share