କୌଶଳେନ୍ଦ୍ର ପୂର୍ବତଟ ରେଳପଥର ନୂତନ ଜନସମ୍ପର୍କ ଅଧିକାରୀ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବେ ଇ.କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୦ ବ୍ୟାଚ୍‌ ଭାରତୀୟ ରେଳପଥ ମେକାନିକାଲ ଇଞ୍ଜିନିୟର ସେବା ଅଧିକାରୀ ଖାଡ଼ଙ୍ଗା ଏହାପୂର୍ବରୁ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର ଉପମୁଖ୍ୟ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ଜାପାନର ଟୋକିଓସ୍ଥିତ ୱସିଦା ବିଶ୍ୱବିଦ୍ୟାଳୟରୁ ଏମ୍‌.ଟେକ୍‌ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ଭାରତୀୟ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଷ୍ଠାର ସହ କାର୍ଯ୍ୟ କରି ଆସିଛନ୍ତି।

Share