Advertisement

କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ଆୟବ୍ୟୟ ସମୀକ୍ଷା: ଜାଣନ୍ତୁ କେତେ ଖର୍ଚ୍ଚ ହେଲା

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଶନିବାର ସ୍ଥାନୀୟ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆବାହକ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ କମିଟିର ବରିଷ୍ଠ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ପାଳନର ଆୟବ୍ୟୟ ସମୀକ୍ଷା କରାଯାଇଥିଲା। କବିସୂର୍ଯ୍ୟକଙ୍କ ଜନ୍ମଭୂମି ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ବିଜୟନଗର ଗଡ଼ ଗ୍ରାମରେ କବିସୂର୍ଯ୍ୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସ୍ମୃତି କମିଟି ବଦଳରେ କବିସୂର୍ଯ୍ୟ ସ୍ମୃତି ପରିଷଦ ଗଠନ କରାଯାଇ ତାହାକୁ ରେଜିଷ୍ଟ୍ରିଭୁକ୍ତ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଆଗାମୀ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇ କର୍ମକର୍ତ୍ତା ଚୟନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସଭାରେ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ଆଇନଜୀବୀ ଅଶେଷ ନାଥ ମିଶ୍ର, ମନୋରଞ୍ଜନ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ନୃ୍ଯଯଗୁରୁ ଆଲୋକ ବିଷୋୟୀ, ପ୍ରଦୀପ ରଥ, କବି ବୃନ୍ଦାବନ ପଣ୍ଡା, ଲିଙ୍ଗରାଜ ଷଡଙ୍ଗୀ, ଗୋପାଳକୃଷ୍ଣ ମଲ୍ଲିକ, ପୂର୍ବତନ ସରପଞ୍ଚ କେ.ସଞ୍ଜୀବ ରେଡ୍ଡୀ, ସାମାଜିକ କର୍ମୀ କେ.କୁନା, ତାରାପ୍ରସାଦ ପଟ୍ଟନାୟକ, କେ.ଶ୍ୟାମସୁନ୍ଦର ଦୋରା, ନୀଳମାଧବ ପଣ୍ଡା, ସନ୍ତୋଷ ସେଠୀ, ସିମାଞ୍ଚଳ କର, ନରସିଂହ ପଣ୍ଡା, ସୁରେନ୍ଦ୍ର ମାର୍ଥା, ସିମାଞ୍ଚଳ ଗୌଡ଼ ପ୍ରମୁଖ ସ୍ମୃତି କମିଟିର ବହୁସଂଖ୍ୟକ ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share