Advertisement
Categories: ଜାତୀୟ

ଭାଜପା ଉପରେ ରାଗିଲେ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା

ନୂଆଦିଲ୍ଲୀ,୨୭।୪: ଗୁରୁଦାସପୁରର ପୂର୍ବତନ ଭାଜପା ଏମ୍‌ପି ତଥା ବଲିଉଡ ନାୟକ ସ୍ବର୍ଗତଃ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ଭାଜପା ଉପରେ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଦଳ ପକ୍ଷରୁ ତାଙ୍କୁ ଆଘାତ ଦିଆଯାଇଛି। କାରଣ ଗୁରୁଦାସପୁର ଆସନରୁ ତାଙ୍କ ସ୍ବାମୀ ଏମ୍‌ପି ଥିବା ବେଳେ ଏଥର ସେଠାରେ କିଏ ପ୍ରାର୍ଥୀ ହେବ ସେ ସମ୍ପର୍କରେ ଥରଟଥିଏ ତାଙ୍କର ମତାମତ ଲୋଡି ନ ଥିଲା ଦଳ। ଅବଶ୍ୟ ଦଳ କାହାକୁ ପ୍ରାର୍ଥୀ କରିବ ସେ ଅଧିକାର ସମ୍ପୂର୍ଣ୍ଣ ଦଳ ନିକଟରେ ରହିଛି। ହେଲେ ଭାଜପା ତାଙ୍କୁ କୌଣସି ଗୁରୁତ୍ୱ ଦେଇନାହିଁ ବୋଲି ସେ ମନେ କରିଥିବା ପ୍ରକାଶ କରିଛନ୍ତି। ମୋଦିଙ୍କ ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ଦଳ ତାଙ୍କୁ ଉପେକ୍ଷା କରିଥିବା ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share