ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ.କବିତା ପୁଣି ମାର୍ଚ୍ଚ ୨୦ରେ ହାଜର ହେବା ପାଇଁ ଇଡି ନୂଆ ସମନ ଜାରି କରିଛି। ସୂଚନା ମୁତାବକ, କବିତାଙ୍କୁ ଇଡିରେ ହାଜର ହେବା ପାଇଁ ମାର୍ଚ୍ଚ ୧୬ରେ ହାଜର ହୋବକୁ ଇଡି ସମନ ପଠାଇଥିଲା। ହେଲେ କବିତା ଗୁରୁବାର ହାଜର ହୋଇ ନ ଥିଲେ। ଅନ୍ୟପଟେ ତାଙ୍କ ପ୍ରତିନିଧୀ ସମ୍ପୃକ୍ତ ଦସ୍ତାବିଜଗୁଡ଼ିକୁ ଇଡିକୁ ପଠାଇଥିବା ଜଣାପଡିଛି।
ଏହାପୂର୍ବରୁ ମାର୍ଚ୍ଚ ୧୧ରେ କେ.କବିତା ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଯେଉଁଠାରେ ତାଙ୍କୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା।