କାୟା ବିସ୍ତାର କରୁଛି ବେଆଇନ ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର,୨୫।୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସଦର ମହକୁମା ସମେତ ସମଗ୍ର ଜିଲାରେ ମାଦକଦ୍ରବ୍ୟ କାରବାର ଚିନ୍ତାର କାରଣ ପାଲଟିଛି । ଚୋରା ମଦ ଓ ବ୍ରାଉନସୁଗାର ର଼୍ୟାକେଟ୍‌ ଯେଉଁଭଳି ଭାବରେ କାୟା ବିସ୍ତାର କରି ଚାଲିଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ଜିଲା ଅବକାରୀ ବିଭାଗ, ପୋଲିସ ବିଭିନ୍ନ ସମୟରେ ଯଦିଓ ଚଢାଉ କରି କେତେକାଂଶରେ ସଫଳତା ପାଉଛି କିନ୍ତୁ ତାହା ଏହି କାରବାର ଉପରେ ଅଙ୍କୁଶ ଲଗାଇ ପାରିନାହିଁ। ଏସବୁ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡଙ୍କୁ କାବୁ କରା ନ ଗଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜିଲା ମୁଖ୍ୟାଳୟ ସମେତ ଜିଲାର ପ୍ରାୟତଃ ଅଞ୍ଚଳରେ ଚୋରା ମଦ କାରବାର ବଢ଼ିଚାଲିଛି। ଗାଁଗୁଡ଼ିକରେ ଅବାଧରେ ଏହା ବିକ୍ରି ହେଉଥିଲେ ସୁଦ୍ଧା ଚଢ଼ାଉ ହେଉନାହିଁ । ଚୋରା ମଦ କାରବାରକାରୀମାନେ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ପେଟି ପେଟି ବିଦେଶୀ ଓ ଦେଶୀ ମଦ କିଣି ଚଢା ଦରରେ ଗାଁଗୁଡିକରେ ବିକ୍ରି କରୁଛନ୍ତି । ଏହାବାଦ୍‌ ପ୍ରଚୁର ପରିମାଣର ନକଲି ମଦ କାରବାର ହେଉଛି। ଏହାକୁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ମାଲିକ, ଅବକାରୀ ଓ ପୋଲିସ ବିଭାଗର ଅନେକ କର୍ମଚାରୀ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି। ସେହିପରି ଅବକାରୀ ବିଭାଗ ମଧ୍ୟ ଘଣ୍ଟ ଘୋଡାଇ ଚାଲିଛି। ଗାଁ ଗୁଡିକରେ ମଦ ଚୋରା ଚାଲାଣକାରୀମାନେ ସେମାନଙ୍କ କାୟା ବିସ୍ତାର କରିଛନ୍ତି ତେଣୁ ନକଲିକୁ ଅସଲି ମଦ କହି ସହଜରେ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରି ଚାଲିଛନ୍ତି । କିନ୍ତୁ ପୋଲିସ ଓ ଅବକାରୀ ବିଭାଗ ସବୁ ଜାଣି ମାସିକିଆ ଚାନ୍ଦା ନେଇ ଅନେକ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରୁଛି ।
ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ଠିପିବନ୍ଦ ଏକ ନିର୍ଦ୍ଦିଷ୍ଟ ମଦ ଦୋକାନ ସମ୍ମୁଖରେ ସନ୍ଧ୍ୟା ହେଲେ ଆସର ଜମୁଛି । ଏହି କାରବାରକୁ ଦେଖି ପାର୍ଶ୍ୱରେ ଏକାଧିକ ଫାଷ୍ଟ ଫୁଡ ଦୋକାନ ଖୋଲି ଯାଇଛି । ମଦ ପାନ ପରେ ଏହି ସ୍ଥାନରେ ଅନେକ ପ୍ଲାଷ୍ଟିକ ଗ୍ଲାସ, ପ୍ଲେଟ୍‌ ଓ ମଦ ବୋତଲ ଫୋପାଡି ଦେଉଛନ୍ତି । ଫଳରେ ମଦ ଦୋକାନ ସମ୍ମୁଖ ରାସ୍ତା ଓ ଏହା ପାର୍ଶ୍ୱ କେନାଲରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏବେ ବର୍ଷା ଦିନ ଆସିଯାଇଥିବାରୁ ପରିବେଶ ଅଧିକ ଖରାପ ହେବାର ଆଶଙ୍କା ରହିଛି । ରାତି ଓ ପ୍ରାତଃ ସମୟରେ ଉକ୍ତ ମଦ ଦୋକାନରୁ କାର, ଅଟୋ, ଚାରି ଚକିଆ ଯାନ, ବାଇକ୍‌ ଓ ସ୍କୁଟର ଆଦି ଯୋଗେ ବହୁ ପରିମାଣର ମଦ ଜିଲା ଓ ବାହାରକୁ ଚାଲାଣ ହେଉଛି । କେବଳ ମଦ ନୁହେଁ, ବ୍ରାଉନସୁଗାର କାରବାର ମଧ୍ୟ ଚିନ୍ତାଜନକ ହେଲାଣି । ଯେହେତୁ ଏହାର ପରିବହନ ଚିନ୍ତା ନାହିଁ, ଅର୍ଥାତ୍‌ ପକେଟ୍‌ରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ନେଇହେବ ତେଣୁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ଚକମା ଦେଖାଇବାରେ ଅସାଧୁ ବ୍ୟକ୍ତିମାନେ ସମର୍ଥ ହେଉଛନ୍ତି। ବଡ କଥା ହେଲା ବ୍ରାଉନସୁଗାର କାରବାରରେ ମୂଳଧନର ୩/୪ ଗୁଣା ଲାଭ ହେଉଥିବାରୁ ଏଥିପ୍ରତି ଅନେକ ଅସାଧୁ ଲୋକଙ୍କ ଆକର୍ଷଣ ବଢୁଛି । ଏହାଛଡ଼ା ବ୍ରାଉନସୁଗାର ସେବନ କଲେ ଏହା ଛାଡିବା କଷ୍ଟକର ତେଣୁ ଚୋରା ଚାଲାଣକାରୀମାନେ ପ୍ରଥମେ ବିଶେଷକରି ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ତା’ପରେ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଏହି ନିଶା ସେବନରେ ଅଭ୍ୟସ୍ତ ହୋଇଗଲା ପରେ ଅନେକ ଛାଡିପାରୁ ନ ଥିବାରୁ ଅର୍ଥାଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତା ପରେ ବ୍ରାଉନସୁଗାର ର଼୍ୟାକେଟ୍‌ରେ ଛନ୍ଦି ହୋଇ ପଡୁଛନ୍ତି ଏବଂ ଏହି କାରବାର କରିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ଅନେକ ଶିକ୍ଷିତ ଓ ଅବସ୍ଥାପନ୍ନ ପରିବାରର ପିଲା ସାମିଲ ହେଉଥିବାର ନଜିର ରହିଛି। ଅନେକ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀମାନେ ଚଢାଉ କରି କେତେକାଂଶରେ ସଫଳ ହେଉଥିଲେ ସୁଦ୍ଧା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କୁହାଯାଉଛି ଏହାର ଚେର କେବଳ ଜଗତ୍‌ସିଂହପୁର ନୁହେଁ ବାଲେଶ୍ୱର, ଖୋର୍ଦ୍ଧା, କଟକ, ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି । ଏ ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା କହିଛନ୍ତି, ପ୍ରତି ମାସରେ ଚଢାଉ ଅବ୍ୟାହତ ରହିଛି। ଅନେକ ସମୟରେ ସଫଳତା ମିଳୁଥିବା ବେଳେ କେତେକ ସମୟରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି। ଚୋରା ମଦ କାରବାର ରୋକିବା ପାଇଁ ମଧ୍ୟ ଅଭିଯାନ ଚାଲିଥିବା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri