Categories: ବାଣିଜ୍ୟ

‘କାୟମ ଚୂର୍ଣ୍ଣ ଆଡ୍‌ଭାନ୍ସ ଗ୍ରାନୁଲ୍ସ’

ନୂଆଦିଲ୍ଲୀ,୨୮।୪: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ସଂସ୍ଥା ତଥା ଦୀର୍ଘ ୫୦ ବର୍ଷ ହେବ ଶେଠ୍‌ ବଦ୍ରର୍ସ ଦ୍ୱାରା ନିର୍ମିତ ଅତିପ୍ରିୟ ଆୟୁର୍ବେଦ ଔଷଧ କାୟମ ଚୂର୍ଣ୍ଣର ନୂତନ ଉତ୍ପାଦ ‘କାୟମ ଚୂର୍ଣ୍ଣ ଆଡ୍‌ଭାନ୍ସ ଗ୍ରାନୁଲ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ନୂତନ ପଦ୍ଧତିରେ ପ୍ରସ୍ତୁତ ଏହି ଆୟୁର୍ବେଦକ୍‌ ଔଷଧ ଉଭୟ ଗ୍ରାହକ ଚାହିଦା ଓ ରୋଗ ପ୍ରତିରୋଧକ ବୋଲି କୁହାଯାଉଛି। ବିଶେଷକରି ବଜାର ଚାହିଦା ଓ ରୋଗୀଙ୍କ ଆବଶ୍ୟକତା ପୂରଣ ଦିଗରେ ଏହା ବେଶ୍‌ ସହାୟକ ହେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଦୀର୍ଘ ବର୍ଷ ଧରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିବା ବ୍ରାଣ୍ଡ୍‌ର ଅନ୍ୟ ଉତ୍ପାଦ ଭଳି ଏହି ନୂତନ ଉତ୍ପାଦ ମଧ୍ୟ ଗ୍ରାହକଙ୍କର ରୋଗ ଉପଶମ କରିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗୁଜରାଟର ଭାବନଗରସ୍ଥିତ ଶେଠ୍‌ ବ୍ରଦର୍ସ ଦ୍ୱାରା କାୟମ ଚୂର୍ଣ୍ଣ ଆଡ୍‌ଭାନ୍ସ ଗ୍ରାନୁଲ୍ସ ପ୍ରସ୍ତୁତ କରାଯାଇଛି। ଏହା ଦୀର୍ଘ ବର୍ଷ ହେବ ରୋଗୀଙ୍କ ପାଇଁ ବେଶ୍‌ ସହାୟକ ହେଉଛି।

Share