ଏଠାରେ ୭ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳେ ସ୍ବର୍ଣ୍ଣ ପଦକ: ସାରା ଜୀବନ ରହିବା, ଖାଇବା ମାଗଣା

ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିଦେଉଛି। ଗ୍ଲୋବାଏ ଓ୍ବାର୍ମି, ପ୍ରଦୂଷଣ ହାର ବୃଦ୍ଧି ଆଦି ଏଥିରେ ଅନ୍ତର୍ଭୁକ୍ତ। ଅନେକ ଦେଶ ବିଶେଷକରି ଚାଇନା ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଅନେକ ନିୟମ କରିଛି। ଏଠାରେ ଗୋଟିଏରୁ ଅଧିକ ସନ୍ତାନ ଜନ୍ମ ହେଲେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି। ମାତ୍ର ଏବେ ଏହି ନିୟମକୁ ହଟାଇ ଦିଆଯାଇଛି। ତଥାପି ସନ୍ତାନ ଜନ୍ମ ଉପରେ ନିୟନ୍ତ୍ରଣ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି। ମାତ୍ର ଏମିତି ଏକ ଦେଶ ରହିଛି ଯେଉଁଠାରେ ୭ରୁ ଉର୍ଦ୍ଧ୍ୱ ପିଲା ଜନ୍ମ କଲେ ଉକ୍ତ ମହିଳାଙ୍କୁ ସ୍ବର୍ଣ୍ଣ ପଦକ ଉପହାର ରୂପେ ଦିଆଯାଉଛି। ଏଥିସହ ଅନେକ ପ୍ରକାର ସୁବିଧା ମଧ୍ୟ ଦିଆଯାଉଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଏହି ଦେଶ ହେଉଛି କାଜାକିସ୍ତାନ। ଏହି ଦେଶରେ ୭ରୁ ଅଧିକ ପିଲା ଜନ୍ମ କଲେ ମହିଳାଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଏ। ସେହିପରି ୬ଟି ଶିଶୁ ଜନ୍ମ ହେଲେ ରୁପା ପଦକ ମିଳିଥାଏ। ଏହା ସାଙ୍ଗକୁ ସାରା ଜୀବନ ସରକାରୀ ଭତ୍ତା ମିଳିବ। ମହିଳା ଏବଂ ତାଙ୍କ ପରିବାରକୁ ମାଗଣା ରାଶନ ଏବଂ ଘର ଖର୍ଚ୍ଚ ଦିଆଯାଏ। କାଜାକିସ୍ତାନ ସରକାର ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏଠାରେ ୪ ପିଲାଙ୍କ ମା’ଙ୍କୁ ‘ହିରୋ ମଦର’ ବୋଲି କୁହାଯାଏ।
ଯେଉଁ ଘରେ ୬/୭ଜଣ ସନ୍ତାନ ରହିଛନ୍ତି, ସେମାନଙ୍କୁ ସାରା ଜୀବନ ଭତ୍ତା ଦିଆଯାଏ। ମାତ୍ର ୪ ସନ୍ତାନ ଥିବା ପରିବାରକୁ ୨୧ ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳିଥାଏ। କାଜାକିସ୍ତାନରେ ସନ୍ତାନ ଜନ୍ମହେଲେ ପୁରସ୍କାର ଦେବାର ପ୍ରଥା ୧୯୪୪ ମସିହାରୁ ଆରମ୍ଭ ହୋଇଛି।
ଏହି ଦେଶରେ ଜନ ସଂଖ୍ୟା ବହୁତ କମ୍‌। ତେଣୁ ଏଠାରେ ଜନସଂଖ୍ୟା ବୃଦ୍ଧି ପାଇଁ ଅଧିକ ଶିଶୁ ଜନ୍ମ କରିବାକୁ ସରକାରୀ ନିୟମ ରହିଛି।

Share