Categories: ବାଣିଜ୍ୟ

କାଜାରିଆର ନୂତନ ଆଉଟ୍‌ଲେଟ୍‌

କେନ୍ଦୁଝର,୪ା୫(ସ୍ବ.ପ୍ର.): କେନ୍ଦୁଝର ସହର କରଞ୍ଜିଆ ବସ୍‌ଷ୍ଟାଣ୍ଡ ନିକଟରେ କାଜାରିଆର ନୂତନ ଆଉଟ୍‌ଲେଟ୍‌ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ସ୍ବିକୃତୀପ୍ରାପ୍ତ ଡିଲର ଓମ୍‌କାର ଟ୍ରେଡର୍ସ ଆନୁକୂଲ୍ୟରେ ଏହାର ଶୁଭାରମ୍ଭ କରାଯାଇଛି। ଏଠାରେ କମ୍ପାନୀର ସମସ୍ତ ବର୍ଗର ଫ୍ଲୋର ଟାଇଲ୍ସ, ପାର୍କିଂ ଟାଇଲ୍ସ, ୱାଲ ଟାଇଲ୍ସ, ଏଲିଭେସନ ଟାଇଲ୍ସ ଆଦି ଉପଲବ୍ଧ।
ଏହି ଅବସରରେ ରାଇସୁଆଁ କଲେଜର ଅଧ୍ୟକ୍ଷ ରତିନ୍ଦ୍ର ନାଥ ପରିଡ଼ା, ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ରବି ନାରାୟଣ ପାଣିଗ୍ରାହୀ, କାଜାରିଆର ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ପ୍ରଭାତ ମୁଦୁଲି, ଓମକାର ଟ୍ରେଡର୍ସର ପ୍ରୋପାଇଟର ସଂଗ୍ରାମ କେଶରୀ ପରିଡ଼ା, ଉପାସନା ପାଣିଗ୍ରାହୀ, କେନ୍ଦୁଝର ସହରର ବହୁ ପ୍ରତିଷ୍ଠିତ ଏବଂ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଓମକାର ଟ୍ରେଡର୍ସର ମାଲିକ ପ୍ରଦୀପ ପରିଡ଼ା କହିଛନ୍ତି, ଏଠାରେ କମ୍ପାନୀର ସମସ୍ତ ଉଚ୍ଚମାନର ଟାଇଲ୍ସ ଏବଂ ଦକ୍ଷିଣ ଭାରତର ସବୁଠାରୁ ଉଚ୍ଚମାନର ଗ୍ରାନାଇଟ ଉଚିତ ଦରରେ ମିଳିବ। ଏହାସହିତ ଗୋଟିଏ ଛାତ ତଳେ ଦେଶର ଶ୍ରେଷ୍ଠ ବ୍ରାଣ୍ଡ୍‌ର ସିମେଣ୍ଟ ଡାଲମିଆ ଓ ସେରା କମ୍ପାନୀର ସାନିଟାରୀ ଉପକରଣ ମିଳିବ ବୋଲି ସେ ମତ ପ୍ରକାଶ କରିିଛନ୍ତି।

Share