ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର କିଛି ଘଟଣା ଶେୟାର କରିଥାନ୍ତି। ନିକଟରେ ଶୋ’ର ଏକ ଏପିସୋଡରେ ରବିକାନ୍ତ ସାହୁ ନାମକ ପ୍ରତିଯୋଗୀ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ସିଟରେ ବସିଥିଲେ। ରବିକାନ୍ତ ଜଣେ କୋଇଲା ଖଣି କର୍ମଚାରୀ। କୋଇଲା ଖଣିରେ କାମ କରରୁଥିବା ସମୟର ଅନୁଭବକୁ ସେ ଅମିତାଭଙ୍କ ସହ ଶେୟାର କରିଥିଲେ। ରବିକାନ୍ତଙ୍କ କାର୍ଯ୍ୟ ବିଷୟରେ ଶୁଣି ବଲିଉଡକୁ ଆସିବା ପୂର୍ବରୁ ଏପରି ଏକ ଖଣିରେ କାମ କରିଥିବା ଅମିତାଭ କହିଥିଲେ। ୬୦ ଦଶକରେ ପଶ୍ଚିମବଙ୍ଗରେ ତତ୍ବା ଏକ କୋଇଲା କମ୍ପାନୀରେ ସେ କାମ କରୁଥିଲେ। ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ହାତ ଓ ଟୋକେଇରେ କୋଇଲା ଆଣିବାକୁ ପଡୁଥିଲା। ତେଣୁ ଯେଉଁମାନେ ଏପରି କାମ କରନ୍ତି ସେମାନଙ୍କୁ ମୁଁ ସମ୍ମାନ କରେ ବୋଲି ଅମିତାଭ କହିଛନ୍ତି।